Odisha Link
Bridging the Missing Links in Odisha

ଟ୍ରେନ୍ ଧକ୍କାରେ ଚାଲିଗଲେ ସାଂସଦଙ୍କ ପୁଅ

ମୃତ ଯୁବକ ଜଣକ ହେଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର

ଓଏଲ୍ ବ୍ୟୁରୋ : ଆଜି ଡୁଙ୍ଗୁରିପାଲି – ରାମପୁର ରୋଡ଼ ଠାରେ ଭୋର ୫ଟାରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ପୁରୀ-ଦୁର୍ଗ ଟ୍ରେନ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର।

ସୂଚନା ଅନୁସାରେ, ଅବିନାଶ ମିଶ୍ର ମର୍ଣ୍ଣିୱାକ ସାରି ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ ପାର୍ ହେଇଥିବା ସମୟରେ ତାଙ୍କୁ ଧକ୍କା ଦେଇଥିଲା ଟ୍ରେନ୍। ଅବିନାଶ ମିଶ୍ର ପ୍ରତ୍ୟେକ ଦିନ ଭଳି ଶନିବାର ସକାଳୁ ସକାଳୁ ମର୍ଣ୍ଣିୱାକ ଆସୁଥିଲେ।

ଡୁଙ୍ଗୁରିପାଲି ରେଳ ଫାଟକ ଠାରେ ଅବିନାଶ ପାର ହେଇଥିବା ସମୟରେ ଟ୍ରେନ ଧକ୍କା ଦେଇଥିଲା। ରେଳ ଧକ୍କା ଦେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.