କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ, ୨ ଆହତ
ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ୨ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି
![](https://www.odishalink.com/wp-content/uploads/2023/01/cuttack-1-750x430.jpg)
ଓଏଲ୍ ବ୍ୟୁରୋ : କଟକ ସବରେଜିଷ୍ଟ୍ରାର କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ ହୋଇଥିବା ଖବରରୁ ଜଣା ପଡିଛି। ଘଟଣା ସ୍ଥଳରେ ନିଆଁ ଲିଭାଇବାକୁ ୨ଟି ଦମକଳ ବାହିନୀ ପହଁଚିଥିବା ସୂଚନା ମିଳିଛି।
ଅଗ୍ନିକାଣ୍ଡର ସମ୍ମୁଖୀନ ହୋଇ ୨ ଜଣ ଆହତ ହୋଇଥିବାବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡରେ ଗୁରୁତର ଆହତ ହୋଇଥିବା ୨ବ୍ୟକ୍ତିଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା କୁହାଯାଉଛି।