ଓପିଏସ୍ସି ପରିଚାଳିତ ପରୀକ୍ଷା ଖାତା ଦେଖିବେ ଅଧ୍ୟାପକ
ଅଧ୍ୟାପକଙ୍କ ପାଖରେ ୩ବର୍ଷର ଯୋଗ୍ୟତା ଥିଲେ ସେମାନେ ଓସିଏସ ପରୀକ୍ଷା ଖାତା ଦେଖିପାରିବେ ବୋଲି ଜଣା ପଡିଛି।

ଓଏଲ୍ ବ୍ୟୁରୋ : କଲେଜ ଅଧ୍ୟାପକ ମାନେ ଦେଖିବେ ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ପରୀକ୍ଷା ଖାତା। ଅଧ୍ୟାପକମାନେ ପରୀକ୍ଷା ଖାତା ଦେଖିବା ପାଇଁ ଏକ ସୂଚନା ପ୍ରକାଶିତ ହୋଇଥିବା ଜଣା ପଡିଛି। ତେବେ ଏନେଇ ସମସ୍ତ ବିଶ୍ୱ ବିଦ୍ୟାଳୟ ଏବଂ ସରକାରୀ ଡିଗ୍ରୀ କଲେଜ ଗୁଡିକର ରେଜିଷ୍ଟ୍ରାର ଏବଂ ପ୍ରିନ୍ସିପାଲଙ୍କୁ ଚିଠି ହୋଇଛି।
ଓଡିଶା ପବ୍ଲିକ ସର୍ଭିସ କମିଶନ ଦ୍ୱାରା ପରିଚାଳିତ ଓସିଏସ୍ ପରୀକ୍ଷା ଖାତା ଦେଖିବା ପାଇଁ ଅଧ୍ୟାପକଙ୍କ ଯୋଗ୍ୟତା ଅତି କମରେ ୩ ବର୍ଷ ଅଭିଜ୍ଞତା ଥିବା ଆବଶ୍ୟକ ବୋଲି ସୂଚନା ପ୍ରକାଶ ପାଇଛି। ଅଧ୍ୟାପକଙ୍କ ପାଖରେ ୩ବର୍ଷର ଯୋଗ୍ୟତା ଥିଲେ ସେମାନେ ଓସିଏସ ପରୀକ୍ଷା ଖାତା ଦେଖିପାରିବେ ବୋଲି ଜଣା ପଡିଛି।