ଘରୋଇ ଶିକ୍ଷାନୁଷ୍ଠାନରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଘରୋଇ ଶିକ୍ଷାନୁଷ୍ଠାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ମୃତ ଛାତ୍ର ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଅଟନ୍ତି

ଓଏଲ୍ ବ୍ୟୁରୋ : ରାଜଧାନୀର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଶିକ୍ଷାନୁଷ୍ଠାନ ଛାତ୍ରାବାସରୁ ଉଦ୍ଧାର ହୋଇଥିବା ଜଣା ପଡିଛି। ପୁଲିସ ମୃତ ଛାତ୍ରର ମରଶରୀର ଉଦ୍ଧାର କରିଛି।
ଖବର ଅନୁସାରେ, ଘରୋଇ ଶିକ୍ଷାନୁଷ୍ଠାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ମୃତ ଛାତ୍ର ଜଣକ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଅଟନ୍ତି। ମୃତ ଛାତ୍ରଙ୍କ ବାପା ମାଆ ହତ୍ୟା ଅଭିଯୋଗ କରିଥିବା ଜଣା ପଡିଛି। ମୃତ ଛାତ୍ରଙ୍କ ବାପା ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି କରିବ ବୋଲି କୁହାଯାଉଛି ।