ବଜେଟ୍ ୨୦୨୩ ଉପସ୍ଥାପନ କଲେ ନିର୍ମଳା ସୀତାରମଣ
ବିଶ୍ୱର ମାନ୍ଦାବସ୍ଥା ପରେ ବି ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର ପ୍ରାୟ ୭ ପ୍ରତିଶତ ହେବ ବୋଲି ଆକଳନ
![](https://www.odishalink.com/wp-content/uploads/2019/07/budget-1.jpg)
ଓଏଲ୍ ବ୍ୟୁରୋ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୦୨୪ ଆର୍ଥିକ ବର୍ଷର ବଜେଟ୍ ସଂସଦରେ ଉପସ୍ଥାପନା କରିଛନ୍ତି। ଅମୃତ କାଳର ଏହା ପ୍ରଥମ ବଜେଟ। ଏହି ବଜେଟରେ ମହିଳା, ଚାଷୀ, ପଛୁଆବର୍ଗଙ୍କୁ ଧ୍ୟାନ ଦିଆଯାଇଛି। ଭାରତୀୟ ଅର୍ଥବ୍ୟବସ୍ଥା ଏବେ ସବୁଠୁ ଦ୍ରୁତ ଅଭିବୃଦ୍ଧିର ଅର୍ଥବ୍ୟବସ୍ଥା। କରୋନା ସତ୍ତେ୍ୱ ମଧ୍ୟ ସଠିକ ରାସ୍ତାରେ ରହିଛି ଭାରତୀୟ ଅର୍ଥବ୍ୟବସ୍ଥା। ଭାରତ ଚ୍ୟାଲେଞ୍ଜର ସାମ୍ନା କରିଛି, ଅନ୍ୟଙ୍କୁ ସହଯୋଗର ହାତ ବଢାଇଛି।କରୋନା କାଳରେ ୮୦ କୋଟି ଲୋକଙ୍କୁ ମାଗଣାରେ ଚାଉଳ ଯୋଗାଇ ଦିଆଯାଇଛି। ସବକା ପ୍ରୟାସ ମନ୍ତ୍ର ଜରିଆରେ ସମସ୍ତଙ୍କର ଜୀବନରେ ସୁଧାର ଅଣାଯାଇଛି। ଗରିବଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ଜି-୨୦ ଅଧ୍ୟକ୍ଷତା ଭାରତ ପାଇଁ ବଡ଼ ଉପଲବ୍ଧି। ବିଶ୍ୱର ମାନ୍ଦାବସ୍ଥା ପରେ ବି ଚଳିତ ଆର୍ଥିକ ବର୍ଷରେ ଜିଡିପି ହାର ପ୍ରାୟ ୭ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ସରକାରଙ୍କ ବିଶେଷ ଗୁରୁତ୍ୱ ହେଉଛି ନିଯୁକ୍ତି ସୁଯୋଗ ବୃଦ୍ଧି କରାଯାଇପାରିବ।