ନବ ଦାସ ହତ୍ୟା ମାମଲା : ୪ଦିନିଆ ରିମାଣ୍ଡରେ ଯିବ ଅଭିଯୁକ୍ତ ଗୋପାଳ
ଆଜିଠୁ ୪ଦିନ ପାଇଁ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ବ୍ରଜରାଜନଗର ଜେଏମଏଫସିଙ୍କ ଅନୁମତି
![](https://www.odishalink.com/wp-content/uploads/2023/01/Untitled-design-2-750x430.jpg)
ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଜାରି ରହିଛି ତଦନ୍ତ। ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ହତ୍ୟା ମାମଲାର ଅଭିଯୁକ୍ତ ପୁଲିସ କର୍ମଚାରୀ ଗୋପାଳଙ୍କୁ ଗିରଫ କରାଯାଇଥିବାବେଳେ ତାଙ୍କୁ ଜେରା କରିବା ପାଇଁ ୭ଦିନିଆ ରିମାଣ୍ଡ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ତେବେ ଏହି ଆବେଦନ କ୍ରମେ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି। ଆଜିଠୁ ୪ଦିନ ପାଇଁ ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ ବ୍ରଜରାଜନଗର ଜେଏମଏଫସିଙ୍କ ଅନୁମତି। ତେବେ ଗୋପାଳକୁ ୪ଦିନ ରିମାଣ୍ଡରେ ନେବା ପରେ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ।
ଗତ କାଲି ତଦନ୍ତ ପାଇଁ ଦିଲ୍ଲୀରୁ ଆସିଛନ୍ତି ଟିମ୍। ଲେଜର ସ୍କାନରରେ ନବ ହତ୍ୟାକାଣ୍ଡର ଛାନଭିନ୍ କରାଯାଉଥିବା ଜଣା ପଡିଥିଲା। ଝାରସୁଗୁଡ଼ା ଗାନ୍ଧି ଛକ ଗୁଳିକାଣ୍ଡ ସ୍ଥଳରେ କ୍ରାଇମବ୍ରାଞ୍ଚ୍ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରୁଥିଲା। ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିବା ସୂଚନା ମିଳିଥିଲା। କିପରି ଭାବେ ପୁଲିସ କର୍ମଚାରୀ ଗୋପାଳ ଦାସ ଗୁଳି କଲା ଘଟଣାର ଛାନଭିନ୍ ଚାଲିଥିଲା। ଗାନ୍ଧୀଛକ ନିକଟ ଘରଦ୍ୱାର ଓ ରାସ୍ତାର କ୍ରାଇମବ୍ରାଞ୍ଚ ଥ୍ରୀଡି ଚିତ୍ର ନେଇଥିବା ସୂଚନା ମିଳିଛି।
ଅନ୍ୟପକ୍ଷେ ଗୋପାଳ ଘରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍। ବିଏନ୍ପୁର ଥାନା ଜଳେଶ୍ୱରପୁର ସ୍ଥିତ ପୈତୃକ ଘରେ କ୍ରାଇମବ୍ରାଞ୍ଚ ଟିମ ପହଂଚି ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ତଦନ୍ତ ଚାଲିଥିବାବେଳେ ପୋଷ୍ଟମର୍ଟମ ରିପୋର୍ଟ ଦାଖଲ କରାଯାଇଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଟିମ୍ର ଜଣେ ଡାକ୍ତର ରିପୋର୍ଟ ଦାଖଲ କରିଥିବା ସୂଚନା। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ତଦନ୍ତ ଜାରି ରହିଥିବାବେଳେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସାହାଯ୍ୟ କରୁଥିବା ଖବରରୁ ଜଣା ପଡିଛି।