ପିଏସ୍ଓ ଫେରାଇଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର
ପୂର୍ବରୁ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଥିଲା

ଓଏଲ୍ ବ୍ୟୁରୋ : ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବାରୁ ପୁଲିସ ବିଭାଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ତାଙ୍କର ପିଏସଓ ଫେରାଇଦେଇଥିବା ଜଣା ପଡିଛି। ପୂର୍ବରୁ ନବ ଦାସଙ୍କ ପିଏସ୍ଓ ମିତ୍ରଭାନୁ ଦେଓ ସସ୍ପେଣ୍ଡ ହୋଇଥିବା ଖବରରୁ ଜଣା ପଡିଥିଲା।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପୁଲିସ ମାରିବା ପରେ ଆଉ ଭରସା ନଥିବା କହିଲେ ଜୟନାରାୟଣ ମିଶ୍ର। ଓଡ଼ିଶା ପୁଲିସରେ କାର୍ଯ୍ୟରତ ପୋଲିସ ଅଧିକାରୀ ଅପରାଧରେ ଲିପ୍ତ ଏବଂ ନବ ଦାସଙ୍କ ହତ୍ୟା ପରେ ଏଭଳି ନିଷ୍ପତ୍ତି ନେଇଥିବା କହିଲେ ଜୟନାରାୟଣ ମିଶ୍ର। ସେ ମଧ୍ୟ କହିଛନ୍ତି,ଓଡିଶା ପୁଲିସ ରାଜନୈତିକ ଦଳ ଭାବେ କାର୍ଯ୍ୟକରୁଥିବାରୁ ମୋର ବିଶ୍ୱାସ ନାହିଁ। ସେଥିପାଇଁ ସେ ନିଜର ସୁରକ୍ଷା କର୍ମୀଙ୍କୁ ଫେରାଇ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ଏବଂ ତଦନ୍ତ ପରେ କାରଣ ବାହାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର।