ନୟାଗଡ଼: ପାଇପଲାଇନ୍ ବିସ୍ଫୋରଣରେ ଚାଲିଗଲା ୨ ଜୀବନ
ନୟାଗଡ଼: ଗ୍ୟାସ୍ ପାଇପଲାଇନ୍ ନିର୍ମାଣ ବେଳେ ବଡ଼ ଧରଣଣ ବିସ୍ଫୋରଣ। କମ୍ପ୍ରେସର ଚାପାରେ ଛିଟିକିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଏଭଳି ଅଘଟଣ ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଖବର ମୁତାବିକ, ଗେଲ ଇଣ୍ଡିଆ ପକ୍ଷରୁ ସୁନାଲଟି ନିକଟରେ ଗ୍ୟାସ ପାଇପ ଲାଇନ ନିର୍ମାଣ ଚାଲିଥିବା ବେଳେ ଆଜି କମ୍ପ୍ରେସର ଯୋଗେ ସେଗୁଡିକୁ ସଫା କରାଯାଉଥିଲାl ଅଚାନକ କମ୍ପ୍ରେସର ବିସ୍ପୋରଣରେ ୨ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ବାହାରକୁ ଛିଟିକି ପଡ଼ିଥିଲେl ଦୁର୍ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେl