Odisha Link
Bridging the Missing Links in Odisha

“ବିବାହିତ ମହିଳାଙ୍କ ସହିତ ରାତି କାଟୁଛନ୍ତି ବିଧାୟକ”

ଓଏଲ୍‌ ବ୍ୟୁରୋ: ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତିର୍ତ୍ତୋଲ ଥାନାରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ମାମଲା ରୁଜୁ କରିଛି ପୁଲିସ। ଏଥିସହିତ ତାଙ୍କ ବାନ୍ଧବୀ ସୋମାଲିକାଙ୍କ ବୟାନ ରେକର୍ଡ କରିଛି ପୁଲିସ।

ସବୁଠୁ ବଡ଼କଥା ହେଲା ବିଜୟଙ୍କ ବାନ୍ଧବୀ ସୋମାଲିକା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ସାଂଘାତିକ କଥା। ସେ କହିଛନ୍ତି, ତିର୍ତ୍ତୋଲ ବିଧାୟକଙ୍କୁ ବିବାହ କରିବାର ପ୍ରଶ୍ନ ଉଠୁନି। ସେ ଜଣେ କ୍ୟାରେକ୍ଟରଲେସ୍‌। ବହୁ ଯୁବତୀ ଓ ମହିଳାଙ୍କ ସହ ତାଙ୍କ ରାତି କଟୁଛି। ସେପରି ପୁଅକୁ ବିବାହ କରିବାଠୁ ଅବିବାହିତ ରହିଯିବା ଭଲ। କିନ୍ତୁ ସେ ଦଣ୍ଡ ପାଇବା ଉଚିତ ବୋଲି କହିଛନ୍ତି। ଆଇନ ଉପରେ ତାଙ୍କର ଭରସା ଅଛି। ତଥାପି ବିଜୟ ଶାସକ ଦଳର ବିଧାୟକ ହୋଇଥିବାରୁ ସେ ମାମଲାକୁ ପ୍ରଭାବିତ କରିବାର ଆଶଙ୍କା ରହିଥିବା କହିଛନ୍ତି ସୋମାଲିକା।

ସେ ଆହୁରି କହିଛନ୍ତି, ଉଭୟ ପରିବାରର ବୁଝାମଣାରେ ଆମ ବିବାହ ଠିକ୍‌ ହୋଇଥିଲା । ହେଲେ ତାଙ୍କ ବାପାଙ୍କ ମୃତ୍ୟୁ ହେବାରୁ ବର୍ଷେ ବିଳମ୍ବ ହେଲା। ଏହାପରେ ରେଜିଷ୍ଟ୍ରି ମ୍ୟାରେଜ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ମାତ୍ର କୋର୍ଟରେ ବିବାହ ନିମନ୍ତେ ମୁଁ ଦୀର୍ଘ ସମୟ ଅପେକ୍ଷା କରିବା ସତ୍ତ୍ୱେ ସେ ଆସିଲେ ନାହିଁ। ତେଣୁ ତାଙ୍କ ଉପରେ ଆଉ ଭରସା ନାହିଁ। ଏପରି ପୁଅକୁ ବିବାହ କରିବାର ପ୍ରଶ୍ନ ଉଠୁନି। କିନ୍ତୁ ସେ ଦଣ୍ଡ ପାଇବା ନିହାତି ଆବଶ୍ୟକ। କାରଣ ବହୁ ଝିଅ ଓ ମହିଳାଙ୍କ ସହ ଖେଳିବା ତାଙ୍କ ପୁରୁଣା ଅଭ୍ୟାସ। ଏପରି ପୁଅକୁ ବିବାହ କରି କାନ୍ଦିବା ଅପେକ୍ଷା ବିବାହ ନ କରିବା ଭଲ। ଏବେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଓ ଛୁଆଠୁ ଅଲଗା କରି ସେ ତାଙ୍କ ସହ ସମ୍ପର୍କରେ ଅଛନ୍ତି। ମୋ ପାଖରେ ଏହାର ପ୍ରମାଣ ବି ଅଛି। ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।

ସୋଚନାଯୋାଗ୍ୟ, ବହୁ ଦିନର ପ୍ରେମ ସମ୍ପର୍କ ପରେ ବିବାହର ପ୍ରତିଶ୍ରୁତି ଦେଇ ବିଧାୟକ ବିଜୟ ଶଙ୍କର ଦାସ ଧୋକା ଦେବା ପରେ ପ୍ରାୟ ୯ ମାସ ତଳେ ୨୦୨୨ ମେ’ ୧୩ରେ ଥାନାର ଦ୍ୱାରସ୍ଥ ହୋଇଥିଲେ ସୋମାଲିକା। ମାତ୍ର ପୁଲିସ ମାମଲା ରୁଜୁ ନ କରିବାରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସୋମାଲିକା।

Leave A Reply

Your email address will not be published.