“ଓଡ଼ିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି”
ଡିଜି ଜଗନ୍ନାଥ ଭରସା କହି ଖସିଯିବାର ବାତାବରଣ ସୃଷ୍ଟି କରିଛନ୍ତି
![](https://www.odishalink.com/wp-content/uploads/2023/02/DHARMENDRA-750x430.jpg)
ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ତଦନ୍ତ ଜାରି କରିଛି କ୍ରାଇମବ୍ରାଞ୍ଚ। ଘଟଣାର ମୁଖ୍ୟ ଅଭିଯୁକ୍ତ ଭାବେ ଗୋପାଳ ଦାସକୁ ଗିରଫ କରାଯାଇ ରିମାଣ୍ଡରେ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ରାଜନୀତିରେ ହିଂସାର ସ୍ଥାନ ନାହିଁ। ରାଜ୍ୟରେ ଅନେକ ଅଘଟଣ ଘଟିଯାଇଛି। ଏବେ ଅଘଟଣର ଶିକାର କେବଳ ସାଧାରଣ ଲୋକ ହେଉନାହାନ୍ତି। ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଆକ୍ରମଣ ଓ ହତ୍ୟାର ଶିକାର ହେଉଛନ୍ତି।
ଡିଜି ଜଗନ୍ନାଥ ଭରସା କହି ଖସିଯିବାର ବାତାବରଣ ସୃଷ୍ଟି କରିଛନ୍ତି। ତଦନ୍ତର ମୂଳଦୁଆ ଯେଉଁଠି ଠିକ୍ ନାହିଁ, ସେଠି ସ୍ପଷ୍ଟତା ଆସିବନି। ହତ୍ୟା ଘଟଣାରେ ଏଯାଏଁ ପୁଲିସକୁ କିପରି କୌଣସି ସୁରାକ ମିଳିନାହିଁ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ପଷ୍ଟ ହୋଇଛି।
ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୁଲିସ ହତ୍ୟା କରିଛନ୍ତି। କମିଶନ ଆକ୍ଟରେ ନ୍ୟାୟଧିଶ ନିଯୁକ୍ତ ହୋଇନାହାଁନ୍ତି। ତଦାରଖ କରୁଥିବା ନ୍ୟାୟଧିଶଙ୍କ ଅଧିକାରୀ କ’ଣ ସ୍ପଷ୍ଟତା ନାହିଁ। ଏ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ,ଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ରାଜ୍ୟର ଗୃହମନ୍ତ୍ରୀ ସଚେତନ ହେବା ଆବଶ୍ୟକ। ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାର ଘଟଣାର ତଦନ୍ତ ଥାର୍ଡ ପାର୍ଟିକୁ ଦିଅନ୍ତୁ। ଅନ୍ୟପଟେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା ଯେ,
ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ ଉପରେ ଆକ୍ରମଣ ଘଟଣା। ପୁଲିସ ନିଜ କାମ କରୁନଥିବାରୁ ଲୋକଙ୍କ ଭିତରେ ପୁଲିସ ପ୍ରତି ଭୟ ଦୂର ହୋଇଛି। ଓଡ଼ିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିଛନ୍ତି।