ଯୁବକଙ୍କୁ ହତ୍ୟା !
ଅନ୍ୟ ଜଣଙ୍କ ଘରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି
ଓଏଲ୍ ବ୍ୟୁରୋ : ହତ୍ୟା ଓ ଲୁଣ୍ଠନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯୁଗ ଯେତେ ବଦଳିଲେ ମଧ୍ୟ ଲୋକଙ୍କ ହିଂସ୍ର ଆଚରଣରେ ପରିବର୍ତନ ଆସିପାରି ନାହିଁ। ତେବେ ଜଣେ ଯୁବକଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯୁବକଙ୍କ ମୃତଦେହ ଅନ୍ୟଜଣଙ୍କ ଘରୁ ଉଦ୍ଧାର ହୋଇଥିବା ଜଣା ପଡ଼ିଛି। ଏହି ଘଟଣାଟି ଘଟିଛି ଖଲିକୋଟ କରଣସାହି ଅଂଚଳରେ।
ଅନ୍ୟ ଜଣଙ୍କ ଘରୁ ଉଦ୍ଧାର ହୋଇଥିବା ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟଜଣଙ୍କ ଘରୁ ଉଦ୍ଧାର ହୋଇଥିବା ମୃତକଙ୍କ ଘର ଖୋଲାସାହିରେ ବୋଲି କୁହାଯାଉଛି। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।