ଦୁର୍ଘଟଣାରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ
ଦୁର୍ଘଟଣା ପରେ ନିଆଁ ଲାଗି ଜଳିଯାଇଥିଲା ୧୨ ଚକିଆ ଟ୍ରକ୍

ଓଏଲ୍ ବ୍ୟୁରୋ : ରେଢ଼ାଖୋଲ ନାକଟିଦେଉଳ ରାସ୍ତାର ତେରବେଡା ଗାଁ ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡ଼ିଛି। ତେରବେଡା ଗାଁ ନିକଟରେ ଭାରସାମ୍ୟ ହରାଇ ୧୨ ଚକିଆ ଟ୍ରକ ଓଲଟିଯାଇଥିବା କୁହାଯାଉଛି। ଭାରସାମ୍ୟ ହରାଇ ଟ୍ରକ୍ ଓଲଟିଯିବାରୁ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଟ୍ରକ୍ ଓ ଡ୍ରାଇଭର।
ଦୁର୍ଘଟଣା ପରେ ନିଆଁ ଲାଗି ଜଳିଯାଇଥିଲା ୧୨ ଚକିଆ ଟ୍ରକ୍। ନିଆଁ ଲାଗି ଟ୍ରକ ଜଳିଯିବା ଦ୍ୱାରା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବା ଖବରରୁ ଜଣା ପଡ଼ିଛି। ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା କୁହାଯାଉଛି। ଘଟଣା ଘଟିବା ପରେ ଖବର ପାଇ ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ।