ଜଗତପୁର ଟ୍ରକ୍ ଟର୍ମିନାଲରୁ ମିଳିଲା ମହିଳାଙ୍କ ମୃତଦେହ
ଜଗତପୁର ଥାନା ପୁଲିସ ମୃତ ଶରୀର ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଥିବା ସୂଚନା

ଓଏଲ୍ ବ୍ୟୁରୋ : ଦିନକୁ ଦିନ ହତ୍ୟା ଏବଂ ଲୁଣ୍ଠନ ଘଟଣା ବଢ଼ିବାରେ ଲାଗିଛି। ତେବେ କଟକ ଜଗତପୁର ଟ୍ରକ୍ ଟର୍ମିନାଲରୁ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଟ୍ରକ୍ ଟର୍ମିନାଲରୁ ଉଦ୍ଧାର ହୋଇଛି ଜଣେ ମହିଳାଙ୍କ ମୃତଶରୀର। ସୂଚନା ଅନୁସାରେ, ମୃତ ମହିଳା ଜଣକ ହେଲେ ସ୍ଥାନୀୟ ଅଞ୍ଚଳର କୁନି ସାହୁ। ମୃତ କୁନିଙ୍କ ବେକରେ କ୍ଷତଚିହ୍ନ ଦେଖିବାକୁ ମିଳିଥିବା ଜଣା ପଡ଼ିଛି।
ଜଗତପୁର ଥାନା ପୁଲିସ ମୃତ ଶରୀର ଉଦ୍ଧାର କରି ଛାନଭିନ୍ ଆରମ୍ଭ କରିଥିବା ସୂଚନା। ମୃତ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଥିବାବେଳେ ହତ୍ୟାର କାରଣ ସ୍ପଷ୍ଟ ନଥିବା ଜଣା ପଡ଼ିଛି।