ଓଡ଼ିଶା ଆସିବେ ରାଷ୍ଟ୍ରପତି, ସୁରକ୍ଷା ପାଇଁ ମୁତୟନ ହେବେ ୪୦ ପ୍ଲାଟୁନ୍ ଫୋର୍ସ
କାର୍ଯ୍ୟକ୍ରମ ପୂର୍ବରୁ ଆସନ୍ତାକାଲି କାରକେଡ୍ ରିହର୍ସାଲ୍ କରିବ କମିଶନରେଟ୍ ପୁଲିସ।

ଓଏଲ୍ ବ୍ୟୁରୋ : ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଭାବେ ପ୍ରସ୍ତୁତ କରୁଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୨୦୦ରୁ ଅଧିକ ଅଫିସର ନିୟୋଜିତ ହେବେ। ସାଧା ପୋଷାକଧାରୀ ପୁଲିସ ସହ ରୁଫ୍ଟପ୍ ସୁରକ୍ଷାକର୍ମୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି। ତେବେ କାର୍ଯ୍ୟକ୍ରମ ପୂର୍ବରୁ ଆସନ୍ତାକାଲି କାରକେଡ୍ ରିହର୍ସାଲ୍ କରିବ କମିଶନରେଟ୍ ପୁଲିସ।
ସୂଚନା ଅନୁସାରେ, ମହାମହିମ ଆସନ୍ତା ୧୦ରେ ଓଡ଼ିଶା ଆସି ରମାଦେବୀ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ବୋଲି ଜଣା ପଡିଥିଲା। ଓଡ଼ିଶା ଆସିବା ସହ ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ ବୋଲି ସୂଚନା ଦେଇଥିଲେ ରମାଦେବୀ ବିଶ୍ୱବିଦ୍ୟାଳୟ କୁଳପତି ଅପରାଜିତା ଚୌଧୁରୀ।