ଓଡ଼ିଶା ପୁଲିସ ଏସ୍ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ
ବିଜ୍ଞପ୍ତିରେ ରହିତାଦେଶ ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଅଛି।

ଓଏଲ୍ ବ୍ୟୁରୋ : ଓଡ଼ିଶା ପୁଲିସ ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଓଡ଼ିଶା ପୁଲିସ୍ ସବ୍ ଇନ୍ସପେକ୍ଟର(ଏସ୍ଆଇ) ନିଯୁକ୍ତି ସମ୍ପର୍କିତ ବିଜ୍ଞପ୍ତି ଉପରେ ଅନ୍ତରୀଣ ରହିତାଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ୨୦୨୧ ମସିହା ଜୁନ୍ ୨୨ ତାରିଖର ନିଯୁକ୍ତି ବିଜ୍ଞପ୍ତି ଉପରେ କୌଣସି ପଦକ୍ଷେପ ନେବାକୁ କୋର୍ଟ ବାରଣ କରିଛନ୍ତି। ବିଜ୍ଞପ୍ତିରେ ରହିତାଦେଶ ସହ ରାଜ୍ୟ ସରକାରଙ୍କୁ ଜବାବ ତଲବ କରାଯାଇଅଛି।
ସର୍ବାଧିକ ବୟସ ସୀମା ବୃଦ୍ଧି ସମ୍ପର୍କିତ ୨୦୨୨ ମସିହା ଜାନୁଆରୀ ୧୫ ତାରିଖର ବିଜ୍ଞପ୍ତିକୁ କାହିଁକି ରଦ୍ଧ କରାନଯିବ ଏବଂ ସେନେଇ ଜବାବ ଦେବାକୁ କୋର୍ଟ ସରକାରଙ୍କୁ ନୋଟିସ କରିଛନ୍ତି। ଆସନ୍ତା ମାର୍ଚ୍ଚ ୯ ତାରିଖରେ ଓଡ଼ିଶା ପୁଲିସ ନିଯୁକ୍ତି ବିଜ୍ଞପ୍ତି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ ପକ୍ଷରୁ ଜଣା ପଡିଛି।