ସବୁଠୁ କ୍ଷୁଦ୍ର ରକେଟ୍ର ଉତ୍କ୍ଷେପଣ କଲା ଇସ୍ରୋ
ଶୁକ୍ରବାର ପୂର୍ବାହ୍ନ ୯ଟା ୧୮ ମିନିଟ୍ରେ ଇସ୍ରୋ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ତିନୋଟି କ୍ଷୁଦ୍ର ଉପଗ୍ରହର ସଫଳ ଉତ୍କ୍ଷେପଣ
ଓଏଲ୍ ବ୍ୟୁରୋ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସୃଷ୍ଟି କଲା କ୍ଷୁଦ୍ର ରକେଟ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଅନ୍ତରୀକ୍ଷ କେନ୍ଦ୍ରରୁ ସବୁଠୁ କ୍ଷୁଦ୍ର ଉପଗ୍ରହ ଏସଏସଏଲଭି-ଡି୨ ଲଞ୍ଚ କରିଛି ଇସ୍ରୋ।ତିନୋଟି କ୍ଷୁଦ୍ର ଉପଗ୍ରହ ଉତ୍କ୍ଷେପଣ କରି ନିଜ ଗବେଷଣା ସଫଳତାର ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ ଯୋଡିଛି ଇସ୍ରୋ।
ଶୁକ୍ରବାର ପୂର୍ବାହ୍ନ ୯ଟା ୧୮ ମିନିଟ୍ରେ ଇସ୍ରୋ ଶ୍ରୀହରିକୋଟାସ୍ଥିତ ସତିଶ ଧାୱନ ମହାକାଶ କେନ୍ଦ୍ରରୁ ତିନୋଟି କ୍ଷୁଦ୍ର ଉପଗ୍ରହର ସଫଳ ଉତ୍କ୍ଷେପଣ କରିଛି। ଏହାକୁ ଏବେ କକ୍ଷ ପଥରେ ଅବସ୍ଥାପିତ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହାର ଓଜନ ୧୭୫ କିଲୋଗ୍ରାମ ରହିଛି ଏବଂ ଏହି ଉପଗ୍ରହ ଗୁଡ଼ିକ ମହାକାଶର ୫୦୦ କିଲୋମିଟର ଅବଧିରେ ଘୂରି ବୁଲିବେ। ପ୍ରଥମ ପରୀକ୍ଷଣରେ ବିଫଳ ହୋଇଥିବାବେଳେ ବର୍ତମାନ ଏହା ସଫଳତା ଲାଭ କରିଛି।