ଘନ କୁହୁଡ଼ି ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଗୁରୁବାର ଦିନ ଜି. ଉଦୟଗିରିଠାରେ ସର୍ବନିମ୍ନ ୮ ଡିଗ୍ରି ରେକର୍ଡ ହୋଇଛି
![](https://www.odishalink.com/wp-content/uploads/2020/12/fog.jpg)
ଓଏଲ୍ ବ୍ୟୁରୋ : ରାଜ୍ୟର ଅଧିକାଂଶ ସ୍ଥାନରେ ଦେଖାଯାଇଛି କୁହୁଡିର ଆସ୍ତରଣ। କୁହୁଡି ପାଇଁ ରାଜ୍ୟର ଅଧିକାଂଶ ସ୍ଥାନରୁ ଶୀତ କମିବା ସହ ତାପମାତ୍ରା ବୃଦ୍ଧିପାଇବ। ଭୁବନେଶ୍ବର ସମେତ ଆଖପାଖ ଅଞ୍ଚଳରେ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଘନ କୁହୁଡି ବୃଦ୍ଧି ଯୋଗୁଁ ଚଳପ୍ରଚଳ ବାଧାପ୍ରାପ୍ତ ହୋଇପାରେ ତେଣୁ ୬ଟି ଜିଲ୍ଲା ଯଥା ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଧା, କଟକ ଓ ଜଗତସିଂହପୁରରେ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ରାଜ୍ୟର ବାକି ଅଞ୍ଚଳରେ ବି ସକାଳୁ ପାଗ କୁହୁଡ଼ିଆ ରହିବ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଗୁରୁବାର କଟକ, ଜଗତ୍ସିଂହପୁର, ପୁରୀ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଖୋର୍ଧାରେ ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଅପରପକ୍ଷେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା କ୍ରମାଗତ ଭାବେ ବଢ଼ି ଚାଲିଛି। ଗୁରୁବାର ଦିନ ଜି. ଉଦୟଗିରିଠାରେ ସର୍ବନିମ୍ନ ୮ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ଫୁଲବାଣୀ ଓ କିରେଇରେ ବି ରାତି ତାପମାତ୍ରା ୧୦ ଡିଗ୍ରି ରେକର୍ଡ ହୋଇଛି। ତେବେ ଶୀତର ପ୍ରକୋପ କମିଥିବାବେଳେ ତାପମାତ୍ରା ବୃଦ୍ଧି ପାଇବ ବୋଲି ଜଣା ପଡିଛି।