ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ହୋଇଛି।

ଓଏଲ୍ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ରୁଟିଶିଳା ନିକଟରେ ଏକ ଅଭାବନୀୟ ଘଟଣା ଘଟିଥିବା ଖବରରୁ ଜଣା ପଡିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୁର୍ଘଟଣା ଗ୍ରସ୍ତ ହୋଇଛି। ବାଇକ୍ ମୁହାଁମୁହିଁ ଧକ୍କା ହେବା ଦ୍ୱାରା ଦୁର୍ଘଟଣାର ସମ୍ମୁଖୀନ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ରୁଟିଶିଳା ଗାଁର ସୁଦାମ ସିଂ ନିଜ ଭଣଜାଙ୍କ ସହ ବାଇକରେ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚିକିତ୍ସିତ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗୁରୁତର ଆହତଙ୍କୁ ଚିକିତ୍ସାଳୟ ସ୍ଥାନାନ୍ତର କରାଜିଥିଲା।