Odisha Link
Bridging the Missing Links in Odisha

‘ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତିର ଅଧୋଗତି ହୋଇଛି’

ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ସତ୍ୟ ଉନ୍ମୋଚିତ ହେବା ଦରକାର

ଓଏଲ୍‌ ବ୍ୟୁରୋ : ଆଜି ଝାରସୁଗୁଡା ଗସ୍ତ କରି ନଵଦାସଙ୍କ ସରବାହାଲ ବାସଭବନରେ ପହଞ୍ଚି ଦିବଙ୍ଗତ ନେତା ନବଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ପରିବାରଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନବ ଦାସଙ୍କ ପରିବାର ଲୋକଙ୍କୁ ଭେଟିବା ପରେ ତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ତେବେ ନବ ଦାସଙ୍କ ହତ୍ୟାକୁ ନେଇ ପୁଣି ଥରେ ବିସ୍ଫୋରକ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ମନ୍ତ୍ରୀ, ରାଜ୍ୟରେ ସ୍ଥିତି ସଂଗୀନ ଆଡ଼କୁ ଯାଉଛି। ଏ ସ୍ଥିତି କେବେ ଯାଏ ରହିବ, ସରକାର ସଚେତନ ହେବାର ଆବଶ୍ୟକ ଅଛି। ଜଣେ କ୍ୟାବିନେଟ ମନ୍ତ୍ରୀ ପୁଲିସ ଦ୍ୱାରା ହତ୍ୟା ହେବା ବିଚଳିତ କରିଛି। ବିରୋଧୀଙ୍କ କଥା ଛାଡ଼ନ୍ତୁ, ନବ ବାବୁଙ୍କ ସମର୍ଥକ ବି ତଦନ୍ତରେ ସନ୍ତୁଷ୍ଟ ନୁହନ୍ତି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ, ସତ୍ୟ ଉନ୍ମୋଚିତ ହେବା ଦରକାର। ଓଡ଼ିଶାରେ ଆଇନ ଶୃଙ୍ଖଳା ସ୍ଥିତିର ଅଧୋଗତି ହୋଇଛି। ଓଡ଼ିଶାରେ ଲ’ ଲେସ୍ ନେସ୍ ଡେଭଲପ କରିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଆଗରେ ମତ ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। ଅଭିଯୁକ୍ତ ଗୋପାଳଙ୍କୁ ପୁଲିସ ଗିରଫ କରିଥିବାବେଳେ ରିମାଣ୍ଡରେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତେବେ ହତ୍ୟା ମାମଲାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ପୂର୍ବରୁ ଏକ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ କହିଥିଲେ, ରାଜନୀତିରେ ହିଂସାର ସ୍ଥାନ ନାହିଁ। ରାଜ୍ୟରେ ଅନେକ ଅଘଟଣ ଘଟିଯାଇଛି। ଏବେ ଅଘଟଣର ଶିକାର କେବଳ ସାଧାରଣ ଲୋକ ହେଉନାହାନ୍ତି। ମନ୍ତ୍ରୀ ଓ ଅଧିକାରୀମାନେ ମଧ୍ୟ ଆକ୍ରମଣ ଓ ହତ୍ୟାର ଶିକାର ହେଉଛନ୍ତି। ଡିଜି ଜଗନ୍ନାଥ ଭରସା କହି ଖସିଯିବାର ବାତାବରଣ ସୃଷ୍ଟି କରିଛନ୍ତି। ତଦନ୍ତର ମୂଳଦୁଆ ଯେଉଁଠି ଠିକ୍ ନାହିଁ, ସେଠି ସ୍ପଷ୍ଟତା ଆସିବନି। ହତ୍ୟା ଘଟଣାରେ ଏଯାଏଁ ପୁଲିସକୁ କିପରି କୌଣସି ସୁରାକ ମିଳିନାହିଁ ବୋଲି ପ୍ରଶ୍ନ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଘଟଣାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ସ୍ପଷ୍ଟ ହୋଇଛି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ ଆହୁରି ମଧ୍ୟ କହିଥିଲେ, ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୁଲିସ ହତ୍ୟା କରିଛନ୍ତି। କମିଶନ ଆକ୍ଟରେ ନ୍ୟାୟଧିଶ ନିଯୁକ୍ତ ହୋଇନାହାଁନ୍ତି। ତଦାରଖ କରୁଥିବା ନ୍ୟାୟଧିଶଙ୍କ ଅଧିକାରୀ କ’ଣ ସ୍ପଷ୍ଟତା ନାହିଁ। ଏ ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାର ଗତି କୁଆଡ଼େ,ଶାସନ କିଏ ଚଳାଉଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ଗୃହମନ୍ତ୍ରୀ ସଚେତନ ହେବା ଆବଶ୍ୟକ। ନୈତିକତା ଦୃଷ୍ଟିରୁ ରାଜ୍ୟ ସରକାର ଘଟଣାର ତଦନ୍ତ ଥାର୍ଡ ପାର୍ଟିକୁ ଦିଅନ୍ତୁ। ଅନ୍ୟପଟେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଥିଲା ଯେ, ବାଲେଶ୍ଵର ଜିଲ୍ଲାର ବାଲି ମାଫିଆ ମାନେ ଉପ ଜିଲ୍ଲାପାଳ ଏବଂ ତାଙ୍କ ଟିମ୍ ଉପରେ ଆକ୍ରମଣ ଘଟଣା। ପୁଲିସ ନିଜ କାମ କରୁନଥିବାରୁ ଲୋକଙ୍କ ଭିତରେ ପୁଲିସ ପ୍ରତି ଭୟ ଦୂର ହୋଇଛି। ଓଡ଼ିଶା ବଡ଼ ଗମ୍ଭୀର ସ୍ଥିତିରେ ଅଛି ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିଥିଲେ। ତେବେ ଆଜି ଆଉ ଥରେ ସେ ନିଜର ମତ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

Leave A Reply

Your email address will not be published.