ଦୁର୍ଘଟଣାଗ୍ରସ୍ତ ହେଲା ତୀର୍ଥଯାତ୍ରୀ ବସ୍, ୧୦ରୁ ଉର୍ଦ୍ଧ୍ୱ ଆହତ
ତୀର୍ଥଯାତ୍ରୀ ବସ୍ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ ୧୬ନଂ ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ

ଓଏଲ୍ ବ୍ୟୁରୋ : ଦୁର୍ଘଟଣାର ସମ୍ମୁଖୀନ ହେଲା ତୀର୍ଥଯାତ୍ରୀ ବସ୍। ତୀର୍ଥଯାତ୍ରା ପାଇଁ ଆସିଥିବା ୧୦ରୁ ଉର୍ଦ୍ଧ୍ୱ ଯାତ୍ରୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ସାମାନ୍ୟ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ବସ୍ କୋଲକାତାରୁ ପୁରୀ ଅଭିମୁଖେ ଯାଉଥିବା ସମୟରେ ୧୬ନଂ ଜାତୀୟ ରାଜପଥ ଭଦ୍ରକ ଯୋରାଗଡ଼ିଆ ନିକଟରେ ଦୂର୍ଘଟଣାଗ୍ରସ୍ତ ହୋଇଥିଲା। ରାସ୍ତା କଡରେ ଛିଡା ହୋଇଥିବା ଟ୍ରକର ପଛପଟୁ ବସ୍ ବାଡ଼େଇହେବା ଫଳରେ ବସଟିର ସମ୍ମୁଖ ଅଂଶ ଭାଙ୍ଗି ଯିବା ସହ ଯାତ୍ରୀମାନେ ଦୁର୍ଘଟଣାର ଶିକାର ହୋଇଥିଲେ।ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ ଯାତ୍ରୀମାନଙ୍କୁ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା।