Odisha Link
Bridging the Missing Links in Odisha

କାଲିଠୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

କାଲି ଭୁବନେଶ୍ୱରର ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରିବ

ଓଏଲ୍‌ ବ୍ୟୁରୋ : କାଲିଠୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେପି। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେପି। କାଲିଠୁ ୧୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ଆନ୍ଦୋଳନ କରିବ। କାଲି ଭୁବନେଶ୍ୱରର ବିଭିନ୍ନ ଜାଗାରେ ବିକ୍ଷୋଭ ପ୍ରଦର୍ଶନ କରିବ। ୧୫ରେ ସବୁ ଜିଲ୍ଲାପାଳ ଅଫିସ, ୧୬ରେ ରାଜଭବନ ଆଗରେ ବିକ୍ଷୋଭ। ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି।

ଅନ୍ୟପକ୍ଷେ, କାଲିଠୁ ବିଜେଡି ଆନ୍ଦୋଳନ କରିବ ବୋଲି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି। କେନ୍ଦ୍ରର ଧାନ କିଣା ନୀତି ପାଇଁ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଚାଷୀ ବହୁତ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି। ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ ହେବ। ୨୦ ହଜାର କୋଟି ଟଙ୍କା କମ କରାଯାଇଛି। କରୋନା ଯନ୍ତ୍ରଣାରୁ ମେରୁଦଣ୍ଡ ଭାଙ୍ଗିପଡିଥିବାବେଳେ ସେଥିରେ ଉଦ୍ଧାର ନ ପାଇଥିବାବେଳେ ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ନୀତିରେ ୫ କେଜି ମାଗଣା ଚାଉଳକୁ କମାଇ ଦେଇଛନ୍ତି କେନ୍ଦ୍ର ସରକାର।

ବର୍ତ୍ତମାନ ୫ କେଜି ଚାଉଳ କାଟି ଦେବା ଫଳରେ ଓଡିଶାରେ ୩ କୋଟି ୨୫ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହେବେ। ପୂର୍ବରୁ କେନ୍ଦ୍ର ୧୮ ଲକ୍ଷ ମେଟ୍ରିକ ଟନ୍ ଧାନ ଉଠାଉଥିବାବେଳେ ବର୍ତ୍ତମାନ ଉସୁନା ଚାଉଳ ଉଠାଇବା ବରାଦକୁ ୧୪ ଲକ୍ଷ ମେଟ୍ରିକ ଟନକୁ କମାଇ ଦିଆଯାଇଛି। କେବଳ ୪ ଲକ୍ଷ ମେଟ୍ରିକ ଟନ ବରଗଡ଼ ଜିଲ୍ଲାରେ ଉତ୍ପାଦନ କରାଯାଉଛି। ଯାହା ଫଳରେ ଓଡ଼ିଶା ବ୍ୟାପକ କ୍ଷତିଗ୍ରସ୍ତ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ବର୍ତ୍ତମାନ ପର୍ଯ୍ୟନ୍ତ ବକେୟା ୧୪ ହଜାର କୋଟି ଟଙ୍କା କେନ୍ଦ୍ର ଦେଉନି। କେନ୍ଦ୍ର ଅନ୍ୟାୟ ବିରୋଧରେ ଗଣ ଆନ୍ଦୋଳନ କରିବୁ। ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଜରିଆରେ ସ୍ମାରକପତ୍ର ଦେବ ବିଜେଡି।

ଆସନ୍ତା ୧୪ ତାରିଖ ଦିନ ପୂର୍ବାହ୍ନରେ ବିଜେଡି ଦ୍ୱାରା ରାଜଭବନ ସମ୍ମୁଖରେ ଆନ୍ଦୋଳନ ହେବ ଏବଂ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ଦିଆଯିବ। ୧୫ ତାରିଖରେ ଓଡ଼ିଶାର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀ ଯୋଗଦେଇ ଆନ୍ଦୋଳନ କରିବେ। ସେହିପରି ୧୬ ତାରିଖରେ ସମସ୍ତ ବ୍ଲକ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେଡି ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ।

Leave A Reply

Your email address will not be published.