‘୨୦୨୪ରେ ବିଜେପିକୁ କେହି ଟକ୍କର ଦେଇପାରିବେନି’
ହିଂସା ଶେଷ କରିବାକୁ ଶପଥ କରିଥିଲି ଆଉ ହିଂସା ଶେଷ ହୋଇଥିବା ଅମିତ ଶାହ କହିଛନ୍ତି

ଓଏଲ୍ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସ୍ୱତନ୍ତ୍ର ସାକ୍ଷାତକାର ମାଧ୍ୟମରେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୨୦୨୪ ନିର୍ବାଚନରେ ବିଜେପିକୁ କେହି ହଟାଇ ପାରିବେନି। ୨୦୨୪ରେ ଭୋଟର କେବଳ ପ୍ରମୁଖ ବିରୋଧୀଦଳ ବାଛିବେ। କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ମଧ୍ୟ ଭଲ କରିବୁ। ଗତ ୮ ବର୍ଷ ଭିତରେ ମୋଦି ୫୧ ଥର ଉତ୍ତରପୂର୍ବାଞ୍ଚଳ ଗସ୍ତ କରିଛନ୍ତି। ମୋଦି କ୍ଷମତାକୁ ଆସିବା ପରେ ଉତ୍ତରପୂର୍ବାଞ୍ଚଳକୁ ଶାନ୍ତି ଫେରିଛି। ବିଭିନ୍ନ ଉଗ୍ରବାଦୀ ସଂଗଠନ ସହ ଚୂଡ଼ାନ୍ତ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି।
ତ୍ରିପୁରାରେ ରହୁଥିବା ୪୦ ହଜାର ବ୍ରୁ, ରିୟଙ୍ଗ ପରିବାର ହକ୍ ପାଇଛନ୍ତି ବୋଲି ଅମିତ ଶାହ କହିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରର ବିଭିନ୍ନ ପଦକ୍ଷେପ ଯୋଗୁ ତୃଣମୂଳସ୍ତରରେ ରହୁଥିବା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତ୍ତନ ଆସିଛି। ଆଉ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି। ସେହିଭଳି ଏ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଅମିତ ଶାହ ଆଶା ରଖିଛନ୍ତି। ୨୦୨୪ରେ ବିଜେପିକୁ କେହି ଟକ୍କର ଦେଇପାରିବେନି। ହିଂସା ଶେଷ କରିବାକୁ ଶପଥ କରିଥିଲି ଆଉ ହିଂସା ଶେଷ ହୋଇଥିବା ଅମିତ ଶାହା କହିଛନ୍ତି।
ଆଦାନୀ ଗ୍ରୁପ ପ୍ରସଙ୍ଗରେ ନିଜର ମତ ରଖି ଅମିତ ଶାହ କହିଛନ୍ତି, ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏଥିରେ ବିଜେପିର କୌଣସି ସମ୍ପୃକ୍ତି ନାହିଁ। ଏହି ମାମଲାରେ ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ମନ୍ତବ୍ୟ ଦେବାକୁ ଶାହା ମନା କରିଛନ୍ତି। ଏଥିରେ ବିଜେପି କୌଣସି ସମ୍ପର୍କ ନଥିବା ସେ କହିଛନ୍ତିି। ଆଦାନୀ ଗ୍ରୁପ ମାମଲାରେ ଲୁଚାଇବା ପାଇଁ ବିଜେପି ପାଖରେ କିଛି ନାହିଁ କିମ୍ବା ବିଜେପି ଏହାକୁ ନେଇ ଭୟଭୀତ ନାହିଁ। ଆଦାନୀ ଗ୍ରୁପ ଜାଲିଆତି କରି ସେୟାର ମୂଲ୍ୟ ବୃଦ୍ଧି କରିଥିବା ନେଇ ଆମେରୀକିୟ ସଂସ୍ଥା ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ କରିବା ପରେ ଆଦାନୀ ଗ୍ରୁପର ବିଭିନ୍ନ କମ୍ପାନୀର ସେୟାର ମୂଲ୍ୟ ଅଧାରୁ ଅଧିକ ହ୍ରାସ ପାଇଲାଣି। ଏହାକୁ ନେଇ ବିରୋଧୀ ସଂସଦରେ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ହେଲେ ଏହି ମାମଲାରେ ବିଜେପିର ସମ୍ପୃକ୍ତି ନାହିଁ ବୋଲି ଅମିତ ଶାହ ମତ ପ୍ରକାଶ କରିଛନ୍ତି।