‘ହତ୍ୟାକାଣ୍ଡର ଭିଡିଓ ଦେଖି ଲାଗୁନି, ଏଏସଆଇ ମନ୍ତ୍ରୀଙ୍କ ହତ୍ୟାକାରୀ’
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ସହ ରାଜ୍ୟରେ ଚର୍ଚ୍ଚିତ ମାମଲା ଯାଜପୁରର ସ୍ମିତାରାଣୀ ବିଶ୍ୱାଳ, ପରୀ, ମମିତା ମେହେର ଘଟଣାରେ ସତ ପଦାକୁ ଆସିପାରିନଥିବା ସେ ଅଭିଯୋଗ କରିଛନ୍ତି।

ଓଏଲ୍ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଆଜି ଗଣମାଧ୍ୟମ ସାମ୍ନାରେ ନିଜର ବିସ୍ଫୋରକ ବୟାନ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଏଭଳି ଅନେକ ହତ୍ୟାକାଣ୍ଡ ଘଟୁଛି। ହେଲେ ବର୍ତମାନ ସୁଦ୍ଧା କୌଣସି ହତ୍ୟାକାଣ୍ଡର ସତ୍ୟ ସାମ୍ନାକୁ ଆସିପାରିନାହିଁ।
ଆଜି ନବ ଦାସଙ୍କ ପାଳି ତ ଆଗକୁ ଆଉ ଆହା କାହାର ପାଳି ପଡ଼ିପାରେ ବୋଲି କହିଛନ୍ତି ଚେଲ୍ଲା କୁମାର। ନବ ହତ୍ୟାକାଣ୍ଡ ପଛରେ ବଡ଼ ଚକ୍ରାନ୍ତ ରହିଥିବା ସେ କହିବା ସହ ସାମ୍ନାକୁ ଆସିଥିବା ଭିଡିଓରେ ଏଏସଆଇ ମନ୍ତ୍ରୀଙ୍କୁ ହତ୍ୟା କରିବା ପରି ମନେ ହେଉନାହିଁ ବୋଲି କହିଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ଦରକାର ବୋଲି ସେ ଦାବି କରିଛନ୍ତି। ମନ୍ତ୍ରୀ ନବ ଦାସ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ ତେଣୁ ତାଙ୍କୁ ହତ୍ୟା କରାଯିବାକୁ ଷଡ଼ଯନ୍ତ୍ର ହୋଇଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ମତ ପ୍ରକାଶ କରିଛନ୍ତି।
ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା ସହ ରାଜ୍ୟରେ ଚର୍ଚ୍ଚିତ ମାମଲା ଯାଜପୁରର ସ୍ମିତାରାଣୀ ବିଶ୍ୱାଳ, ପରୀ, ମମିତା ମେହେର ଘଟଣାରେ ସତ ପଦାକୁ ଆସିପାରିନଥିବା ସେ ଅଭିଯୋଗ କରିଛନ୍ତି। ରାଜ୍ୟରେ ଏବେ ଗଣତନ୍ତ୍ର ଶାସନ ଚାଲିନଥିବା ଚେଲ୍ଲା କୁମାର ଗଣମାଧ୍ୟମ ସମ୍ମୁଖରେ ମତ ରଖିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ମଧ୍ୟ ମତ ରଖିଛନ୍ତି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର।
ସୂଚନା ଅନୁସାରେ, ଗତ ୨୯ରେ ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଦିନ ଦିବାଲୋକରେ ଏବଂ ଲୋକଲୋଚନାରେ ଗୁଳି କରିଥିଲେ ପୁଲିସ କର୍ମଚାରୀ ଗୋପାଳ। ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣେ ପୁଲିସ ଅଧିକାରୀ ମାରିବା ପରେ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।