Odisha Link
Bridging the Missing Links in Odisha

ଭୟାବହ ଅଗ୍ନିକାଣ୍ଡରେ ସହ ସହ କୁକୁଡ଼ା ଜୀବନ୍ତ ଦଗ୍ଧ

କଟକ ଜିଲ୍ଲା ନିଆଳି ତହସିଲ ଅଧୀନ ଏକବେରୁଆଁ ପଞ୍ଚାୟତ ସୁଦାନଗରରେ ଘଟିଛି ଏହି ଘଟଣା।

ଓଏଲ୍‌ ବ୍ୟୁରୋ : କଟକ ଜିଲ୍ଲା ନିଆଳି ତହସିଲ ଅଧୀନ ଏକବେରୁଆଁ ପଞ୍ଚାୟତ ସୁଦାନଗରରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣା ପଡିଛି। ଏକ କୁକୁଡା ଫାର୍ମରେ ଭୟାବହ ଅଗ୍ନିକାଣ୍ଡ ହୋଇଛି। ଭୟାବହ ଅଗ୍ନିକାଣ୍ଡରେ ଜୀବନ୍ତ ଜଳିଯାଇଛନ୍ତି କୁକୁଡା ଫାର୍ମରେ ଥିବା ପାଖାପାଖି ଅଢେଇ ହଜାର କୁକୁଡ଼ା। ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନିଆଳି ତହସିଲ ଅଧୀନ ଏକବେରୁଆଁ ପଞ୍ଚାୟତ ସୁଦାନଗରରେ ଘଟିଛି ଏହି ଘଟଣା।

ସୂଚନା ଅନୁସାରେ, ଉଲ୍ଲାସ ସ୍ୱାଇଁଙ୍କ ବ୍ରୟଲର କୁକୁଡା ଫାର୍ମରେ ନିଆଁ ଲାଗି ପାଖାପାଖି ୨୫୦୦ କୁକୁଡା ଜୀବନ୍ତ ପୋଡି ଯାଇଛନ୍ତି। ଏହା ସହିତ ସେହି ଫାର୍ମରେ ଥିବା ପାଖାପାଖି ୨୦ ଦାନା ସହିତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ପାଉଁଶ ହୋଇଥିବା କୁହାଯାଉଛି। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ଖବର ପାଇବା ପରେ ଜଗତସିଂହପୁର ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ। ସେତବେଳକୁ ସବୁ ପୋଡି ପାଉଁଶ ହୋଇଯାଇଥିବା କୁହାଯାଉଛି।

Leave A Reply

Your email address will not be published.