ଜଳୁଛି ଶିମିଳିପାଳ, ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗର ଉଦ୍ୟମ
୨କିଲୋମିଟରରୁ ଅଧିକ ଅଞ୍ଚଳରେ ଜଳୁଛି ଜଙ୍ଗଲ

ଓଏଲ୍ ବ୍ୟୁରୋ : ଜଳୁଛି ଶିମିଳିପାଳ ଜଙ୍ଗଲ। ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜ ଅନନ୍ତପୁର ବିଟରେ ଜଳୁଛି ଶିମିଳିପାଳ ଜଙ୍ଗଲ। ଅନନ୍ତପୁର, ପଥରଖଣି, ସାରବସା ଓ ଖଣ୍ଡାଚିରା ଅଞ୍ଚଳରେ ଲାଗିଛି ନିଆଁ। ୨କିଲୋମିଟରରୁ ଅଧିକ ଅଞ୍ଚଳରେ ଜଳୁଛି ଜଙ୍ଗଲ। ନିଆଁକୁ ଆୟତ୍ତ କରିବାକୁ ବନ ବିଭାଗ ନାକେଦମ।
ସୂଚନା ଅନୁସାରେ, ଗତକାଲିଠାରୁ ଶିମିଳିପାଳ ଜଙ୍ଗଲରେ ଲାଗିଛି ନିଆଁ। ଅଗ୍ନିକାଣ୍ଡ କାରଣରୁ ସହ ସହ ଜଙ୍ଗଲ ଜଳୁଥିବା ଜଣା ପଡିଛି। ନିଆଁକୁ ଆୟତ କରିବାକୁ ବନ ବିଭାଗ ପ୍ରଚେଷ୍ଟା ଜାରି ରହିଛି। ଯଥାଶୀଘ୍ର ଯଦି ନିଆଁ ଆୟତ୍ତ ନହୁଏ ତେବେ ଜଙ୍ଗଲର ଆହୁରି କ୍ଷୟକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି। ଗ୍ରୀଷ୍ମଋତୁ ଆରମ୍ଭ ହେବା ପୂର୍ବରୁ ଯଦି ଜଙ୍ଗଲରେ ଏଭଳି ଅଗ୍ନିକାଣ୍ଡ ହେଲାଣି ତେବେ ଆଗାମୀ ଦିନରେ କେଉଁ ଭଳି ପରିସ୍ଥିତି ସୃଷ୍ଟି ହେବ ତାହା କଳ୍ପନା ବାହାରେ।