ଥାନାରୁ ଚମ୍ପଟ ମାରିଲା ଅଭିଯୁକ୍ତ
ଥାନାରୁ ଚମ୍ପଟ ମାରି ଲୁଚି ପଳାଇଥିବା ଅଭିଯୁକ୍ତ ସରସମାଲ ଗ୍ରାମର।
ଓଏଲ୍ ବ୍ୟୁରୋ : ଝାରସୁଗୁଡା ସଦର ଥାନାରେ ଘଟିଥିବା ଏକ ଆଶ୍ଚର୍ୟ୍ଯଜନକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ହେଉଛି ଜଣେ ଅଭିଯୁକ୍ତ ସଦର ଥାନାରୁ ଡିଆଁ ମାରି ଫେରାର ହୋଇଯାଇଛି। ଥାନାରୁ ଚମ୍ପଟ ମାରି ଲୁଚି ପଳାଇଥିବା ଅଭିଯୁକ୍ତ ସରସମାଲ ଗ୍ରାମର।
ସୂଚନା ଅନୁସାରେ, ସଦର ଥାନାରୁ ଚମ୍ପଟ ମାରିଥିବା ଅଭିଯୁକ୍ତ ଜଣକ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ବେଳେ ଚମ୍ପଟ ମାରିଥିବା ଜଣା ପଡିଛି। ଅଭିଯୁକ୍ତ ଜଣକ ଚୋରି ମାମଲାରେ ଗିରଫ ହୋଇଥିଲା। ତେବେ ଗିରଫ ପରେ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତି ସମୟରେ ପୁଲିସ ଆଖିରେ ଧୂଳି ଦେଇକି କୁଆଡେ ଖସି ଫେରାର ହୋଇଯାଇଛି ଅଭିଯୁକ୍ତ।