ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା କନେଷ୍ଟବଳଙ୍କ ମୃତଦେହ
ଝୁଲନ୍ତା ଅବସ୍ଥାରେ ମିଳିଥିବା ମହିଳା କନେଷ୍ଟବଳଙ୍କ ମୃତଶରୀରକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି

ଓଏଲ୍ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ଘଟିଥିବା ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ମହିଳା କନେଷ୍ଟବଳଙ୍କ ମୃତଶରୀର। ଢେଙ୍କାନାଳ ରିଜର୍ଭ ଲାଇନ ପୁଳିସ କ୍ବାର୍ଟରରୁ ଝୁଲନ୍ତା ଅବସ୍ଥାରେ ମିଳିଛି ମହିଳା ପୁଲିସ କନେଷ୍ଟବଳଙ୍କ ମୃତଦେହ।
ସୂଚନା ଅନୁସାରେ, ପୁଲିସ କର୍ମଚାରୀ ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇନଥିବା ଜଣା ପଡିଛି। ତେବେ ମହିଳା କନେଷ୍ଟବଳଙ୍କ ଜଣକ ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଝୁଲନ୍ତା ଅବସ୍ଥାରେ ମିଳିଥିବା ମହିଳା କନେଷ୍ଟବଳଙ୍କ ମୃତଶରୀରକୁ ଶବ ବ୍ୟବଛେଦ ପାଇଁ ପଠାଯାଇଛି। ବ୍ୟବଛେଦ ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିପାରେ ବୋଲି କୁହାଯାଉଛି।