Odisha Link
Bridging the Missing Links in Odisha

ବାପା ଜୟନାରାୟଣ ମିଶ୍ର ବିବାଦରେ, ଝିଅ ବାଣ୍ଟିଲେ ମିଠା

ଓଏଲ୍‌ ବ୍ୟୁରୋ: ପୁଲିସ ସହ ଜୟନାରାୟଣ ମିଶ୍ରଙ୍କ ଧସ୍ତାଧସ୍ତି ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ। ଗତକାଲି ବିଜୁ ମହିଳା ଜନତା ଦଳର କର୍ମୀ ରାଜଧାନୀର ରାଜରାସ୍ତାରରେ ଜୟନାରାୟଣଙ୍କ ବିପକ୍ଷରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହିତ ତାଙ୍କୁ ବିରୋଧୀ ଦଳ ନେତା ପଦରୁ ହଟାଇବା ପାଇଁ ଦାବି କରିଥିଲେ। ସେହିପରି ଆଜି କିନ୍ନର ମାନେ ଜୟନାରାୟଣଙ୍କ ଭୁବନେଶ୍ବସ୍ଥିତ ବାସଭବନ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ନର ମାନେ ପ୍ରତିବାଦ ଆନ୍ଦୋଳନ କରି ଥକି ପଡ଼ିଥିବା ବେଳେ ସେମାନଙ୍କୁ ମିଠା, ପାଣି, ଚା ବାଣ୍ଟି ଚର୍ଚ୍ଚାକୁ ଆସିଛନ୍ତି ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ର।

ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ କହିଛନ୍ତି, ଆମ ଘର ସାମ୍ନାରେ କିନ୍ନର ଆନ୍ଦୋଳନ ପ୍ରାୟୋଜିତ। କ୍ୟାମେରା ସାମ୍ନାରେ ସେମାନେ ହୋହଲ୍ଲା କରୁଥିଲେ। କ୍ୟାମେରା ବନ୍ଦ ପରେ ଚୁପ୍‌ ହୋଇଗଲେ। ଯେହେତୁ ବାପାଙ୍କ ଜନ୍ମଦିନ ଥିଲା ତେଣୁ ସେମାନଙ୍କୁ ମିଠା, ପାଣି, ଚା’ ବାଣ୍ଟିଥିଲି। କିନ୍ନରମାନେ ଶିବ-ଶକ୍ତିଙ୍କ ସ୍ୱରୂପ ଭାବେ ନିଆଯାଏ। ତାଙ୍କୁ ମିଠା ଦେବା ଏକ ଶୁଭ କାମ। ଅତିଥି ଭାବେ ସେମାନଙ୍କୁ ସ୍ୱାଗତ କରିଥିଲି। ସେମାନେ ଥକି ପଡ଼ିବା ଦେଖି ସେମାନଙ୍କୁ ପାଣି ଓ ମିଠା ଦେଇଥିଲି। ଏହା ପୁଣ୍ୟ କାମ ବୋଲି ଭାବୁଛି।

ଏଥିସହିତ ସେ କହିଥିଲେ ଯେ, ଜନୀତିରେ ରୁଚି ରହିଛି, ବାପାଙ୍କ ସହ ପିଲା ବେଳୁ ରାଜନୀତିରେ କାମ କରିଆସିଛି। ଲୋକ ଚାହିଁଲେ ରାଜନୀତିକୁ ଆସିବି, ନହେଲେ ଆସିବେନି ବୋଲି ସେ କହିଛନ୍ତି।

Leave A Reply

Your email address will not be published.