ବିଚାରାଧୀନ କଏଦୀର ମୃତ୍ୟୁ
ଏକ ହତ୍ୟା ମାମଲାରେ ୨୦୧୮ରୁ ସଜା କାଟୁଥିଲେ ଅଭିଯୁକ୍ତ କମଳଲୋଚନ

ଓଏଲ୍ ବ୍ୟୁରୋ : ଜୟପୁର ଉପକାରାଗାରର ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ହୋଇଥିବା ଜଣା ପଡିଛି। କଏଦୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ କଏଦୀକୁ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଚାରାଧୀନ କଏଦୀକୁ ଡାକ୍ତର ମୃତ ଘୋଷଣା କରିଥିଲେ।
ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଦର ଥାନା ଶିଆଳିମାଳ ଗାଁର କମଳଲୋଚନ ଦଣ୍ଡସେନା। ଏକ ହତ୍ୟା ମାମଲାରେ ୨୦୧୮ରୁ ସଜା କାଟୁଥିଲେ ଅଭିଯୁକ୍ତ କମଳଲୋଚନ। ବର୍ତମାନ କଏଦୀ ଜଣଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି।