ସ୍ତ୍ରୀର ହତ୍ୟାକାରୀ ସାଜିଲା ସ୍ୱାମୀ
ମୃତ ମହିଳା ଜଣକ ହେଲେ ସାପାଇ ମାଝି ଏବଂ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ହେଲେ ସ୍ୱାମୀ ମାଲିକୀ ମାଝି।

ଓଏଲ୍ ବ୍ୟୁରୋ : ରାୟଗଡ଼ା କାଶୀପୁର ବ୍ଲକ ଡି. କରଳ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ପାରିବାରିକ ବିବାଦକୁ ନେଇ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ଗୁରୁବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ମହିଳା ଜଣକ ହେଲେ ସାପାଇ ମାଝି ଏବଂ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ହେଲେ ସ୍ୱାମୀ ମାଲିକୀ ମାଝି। ସ୍ୱାମୀ ହତ୍ୟା କରିବା ପରେ ପୁଲିସ ଖବର ପାଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଜି ସକାଳୁ ଦୋରାଗୁଡା ପୁଲିସ ମୃତଦେହକୁ ଜବତ କରିଥିଲା।
ମହିଳାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ୱାମୀ ମାଲିକୀ ମାଝି ସମେତ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୋରାଗୁଡା ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ସାଇଣ୍ଟିଫିକ ଟିମ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପାରିବାରିକ ମାମଲାକୁ ନେଇ ସ୍ୱାମୀ ଏପରି କାଣ୍ଡ କରିଥିବା କୁହାଯାଉଛି।