ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ହେଲା ମହିଳାଙ୍କ ମୃତଦେହ
ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।

ଓଏଲ୍ ବ୍ୟୁରୋ : ମାଲକାନଗିରି ସଦର ମହକୁମାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ମହିଳାଙ୍କ ମୃତଶରୀରକୁ ଉଦ୍ଧାର କରାଯାଇଛି। ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ, ମାଲକାନଗିରି ସଦର ମହକୁମା ମଲିକେଶ୍ୱରୀ ମନ୍ଦିର ପାଖରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିଛି। ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ବର୍ତମାନ ସୁଦ୍ଧା ମିଳିନଥିବା କୁହାଯାଉଛି। ତେବେ ହତ୍ୟା ପରେ ପ୍ରମାଣ ନଷ୍ଟ ପାଇଁ କେହି ପୋଡ଼ି ଦେଇଥିବା ପୁଲିସ ସନ୍ଦେହ କରୁଛି। ମୃତଶରୀରକୁ ଉଦ୍ଧାର କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି କରିଛି।