ଜଙ୍ଗଲରୁ ଉଦ୍ଧାର ହେଲା ଦୁଇ ଜଣଙ୍କ ମୃତଦେହ
ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ମୃତକଙ୍କ ପରିଚୟ ମିଳିନଥିବା କୁହାଯାଉଛି।

ଓଏଲ୍ ବ୍ୟୁରୋ : ଆଠଗଡ଼ ବଣିଆବନ୍ଧ ଜଙ୍ଗଲରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଙ୍ଗଲରୁ ଯୁବକ ଓ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ମୃତକଙ୍କ ପରିଚୟ ମିଳିନଥିବା କୁହାଯାଉଛି। ମୃତ ଶରୀର ମିଳିଥିବା ଘଟଣା ସ୍ଥଳରେ ଗୁରୁଡ଼ିଝାଟିଆ ଓ ଖୁଣ୍ଟୁଣୀ ଥାନା ପୁଲିସ ପହଂଚି ତଦନ୍ତ ଜାରି କରିଥିବା ଜଣା ପଡିଛି।