ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ
ଆଜି ସକାଳୁ ଡୁମୁରିପୁଟ ଷ୍ଟେସନର ସେକେଣ୍ଡ କ୍ଲାସ୍ ହଲ୍ ଭିତରେ ଥିବା ଟଏଲଟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି।

ଓଏଲ୍ ବ୍ୟୁରୋ: କୋରାପୁଟ ଜିଲ୍ଲା ସଦର ଥାନା ଅଧୀନ ଡୁମୁରିପୁଟ ଷ୍ଟେସନରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଶୌଚାଳୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକଙ୍କ ମୃତଦେହ। ଯୁବକଙ୍କ ପରିଚୟ ମିଳିଥିଲେ ବି ମୃତ୍ୟୁ ପଛର କାରଣ ଅସ୍ପଷ୍ଟ ରହିଛି। ତେବେ ତାହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନଥିବା କୁହାଯାଉଛି।
ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ଯୁବକଙ୍କ ନାମ ହେଉଛି ଗଙ୍ଗାରାମ। ମୃତ ବ୍ୟକ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି। ଡୁମୁରିପୁଟରେ ରେଳପଥ ଦୋହରିକରଣ କାମ ଚାଲିଥିବା ବେଳେ ଗଙ୍ଗାରାମ ଠିକାଦାରଙ୍କ କ୍ୟାମ୍ପରେ ରୋଷେୟା ଭାବେ କାମ କରୁଥିଲେ। ଆଜି ସକାଳୁ ଡୁମୁରିପୁଟ ଷ୍ଟେସନର ସେକେଣ୍ଡ କ୍ଲାସ୍ ହଲ୍ ଭିତରେ ଥିବା ଟଏଲଟରେ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ମୃତଦେହଟି ଝୁଲୁଥିବା ବେଳେ ତାହାର ମୁହଁ ସମ୍ପୂର୍ଣ୍ଣ ଭାବେ ଗାମୁଛାରେ ଗୁଡ଼ା ଯାଇଛି। ମୃତଦେହ ଉଦ୍ଧାର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ୍।