ମଡେଲ ସୌମ୍ୟ ମୃତ୍ୟୁ ମାମଲା: ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ
ସୌମ୍ୟଙ୍କ ବାନ୍ଧବୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ପରିବାର।

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ମଡେଲ ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ମାମଲାକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ସୌମ୍ୟଙ୍କ ଘରେ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ପଚରାଉଚରା କରିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ଥିବା ସୂଚନା ମିଳିଛି। ସୌମ୍ୟଙ୍କ ବାନ୍ଧବୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲେ ପରିବାର।
ସୂଚନା ଅନୁସାରେ, ଏହି ମାମଲାରେ କ୍ରାଇମହ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ୩ ମାସ ମଧ୍ୟରେ ସାରିବାକୁ କ୍ରାଇମବ୍ରାଞ୍ଚ ଏବଂ ଏସପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ମସିହା ଜାନୁଆରୀ ୩୧ ତାରିଖରେ ମଡେଲ ସୌମ୍ୟ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ। ଫଳରେ ଏହାକୁ ନେଇ ତାଙ୍କ ପ୍ରେମିକା ସୋନାଲି ନନ୍ଦଙ୍କୁ ଦାୟୀ କରାଯାଇଥିଲା। ଏପରିକି ସୋମ୍ୟଙ୍କ ପରିବାର ସୌମ୍ୟଙ୍କ ମୃତ୍ୟୁ ପାଇଁ ଗାୟିକା ସୋନାଲିଙ୍କ ବିରୁଦ୍ଧରେ ଅଭିଯୋଗ ମଧ୍ୟ କରିଥିଲେ। ଯାହାକି ସେହି ସମୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି।