କମେଣ୍ଟ ମରା ପ୍ରତିବାଦକୁ କେନ୍ଦ୍ର କରି ଦୁର୍ବୃତ୍ତଙ୍କ ଆକ୍ରମଣ
![](https://www.odishalink.com/wp-content/uploads/2019/12/attacke-1.jpg)
ଓଏଲ୍ ବ୍ୟୁରୋ : ବାଲେଶ୍ବର ସୋର ବେଲଦା ଛକରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତିନି ଯୁବକଙ୍କ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ସ୍ବାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁ କନ୍ୟା। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ତୁମୁଳକାଣ୍ଡ ହୋଇଥିବା କୁହାଯାଉଛି।
ସୂଚନା ଅନୁସାରେ, ବାଇନଣ୍ଡା ଗାଁର ଚିନ୍ମୟ ଜେନା ସୋର ତୁଡ଼ିଗଡିଆ ରାସ୍ତା ବେଲଦା ଛକରେ ଏକ ଔଷଧ ଦୋକାନ କରିଛନ୍ତି। ଗତ ସନ୍ଧ୍ୟାରେ ଔଷଧ ଦୋକାନକୁ ସ୍ତ୍ରୀ ଜୟଶ୍ରୀ ଓ ନିଜର ଦୁଇ ବର୍ଷର ଶିଶୁ କନ୍ୟା ସହିତ ଆସିଥିଲେ। ଚିନ୍ମୟ ରାତିରେ ଦୋକାନ ବନ୍ଦ କରୁଥିବା ବେଳେ ତିନି ଯୁବକ ତାଙ୍କ ସ୍ତ୍ରୀ ଜୟଶ୍ରୀଙ୍କୁ କମେଣ୍ଟ ମାରିଥିଲେ। ପରେ ଚିନ୍ମୟ, ସ୍ତ୍ରୀ ଜୟଶ୍ରୀ ଓ ଶିଶୁ କନ୍ୟାକୁ ବାଇକରେ ବସାଇ ଘରକୁ ଫେରିବା ବେଳେ କମେଣ୍ଟ ମାରିଥିବା ତିନି ଯୁବକ ଅଟକାଇ ଆକ୍ରମଣ କରିଥିଲେ।
ଆକ୍ରମଣରେ ଚିନ୍ମୟ ଗୁରୁତର ହୋଇଥିବା ବେଳେ ଜୟଶ୍ରୀ ଓ ଶିଶୁ କନ୍ୟା ଆହତ ହୋଇଛନ୍ତି। ଆହତଙ୍କୁ ସୋର ଡାକ୍ତରଖନାରେ ଭର୍ତ୍ତି କରାଯାଇଛି। କମେଣ୍ଟ ମରାକୁ କେନ୍ଦ୍ର କରି ଏଭଳି ତୁମୁଳକାଣ୍ଡ ଘଟାଇଥିବା ଯୁବକଙ୍କ ନାମରେ ସୋର ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ ଜାରି କରିଛି।