Odisha Link
Bridging the Missing Links in Odisha

ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା : ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ ଆନନ୍ଦଙ୍କ ଘଟଣାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା

ଓଏଲ୍‌ ବ୍ୟୁରୋ : ଦୀର୍ଘ ଦିନର ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ନୂଆ ମୋଡ଼। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁକୁ ନେଇ କୋର୍ଟରେ ରିପୋର୍ଟ ଦାଖଲ କରିଛି କମିଶନରେଟ ପୁଲିସ୍। ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ବୋଲି କମିଶନରେଟ ପୁଲିସ୍ ଦର୍ଶାଇଥିବା ଜଣା ପଡିଛି। ପୂର୍ବରୁ ଆନନ୍ଦଙ୍କ ହତ୍ୟା ମାମଲାରେ ବିରେନ୍ଦ୍ର ଲାକ୍ରା ଏବଂ ତାଙ୍କର ଜଣେ ମହିଳା ବାନ୍ଧବୀ ସଂପୃକ୍ତ ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ତେବେ ପୁଲିସ ରିପୋର୍ଟ କ୍ରମେ ବିରେନ୍ଦ୍ର ଲାକ୍ରା ନିର୍ଦ୍ଦୋଷ ବୋଲି ପ୍ରମାଣ ହୋଇଯାଇଥିବା ଚର୍ଚ୍ଚା ହେଉଛି।

ଖବର ଅନୁସାରେ, ଦୀର୍ଘ ଦିନର ଆନନ୍ଦ ଟପୋ ମୃତ୍ୟୁ ମାମଲାକୁ ନେଇ ଆନନ୍ଦଙ୍କ ପରିବାର ଲୋକେ ପୂର୍ବରୁ ଅସନ୍ତୋଷ ପ୍ରକାଶ କରିଥିଲେ। ନ୍ୟାୟ ମିଳିବା ଆଶା ରଖିଥିଲେ ମୃତ ଆନନ୍ଦଙ୍କ ପରିବାର ଲୋକେ। ତେବେ ଆନନ୍ଦ ଟପ୍ପୋଙ୍କ ମୃତ୍ୟୁ ହତ୍ୟା କାରଣରୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ। ପୂର୍ବରୁ ଏହି ଘଟଣାରେ ପୁଲିସ ସାହାଯ୍ୟ କରୁନଥିବାରୁ ମୃତକଙ୍କ ପରିବାର ଲୋକେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମୃତ ଆନନ୍ଦଙ୍କ ଘଟଣାରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିଲା।

ମୃତ ଆନନ୍ଦଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ବୀରେନ୍ଦ୍ର ଲାକ୍ରା ଜଣେ ଡିଏସପି ପାହ୍ୟାର ଅଧିକାରୀ। ତେଣୁ ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ପଛଘୁଞ୍ଚା ଦେଉଥିବା ମୃତକ ଆନନ୍ଦ ଟପୋଙ୍କ ପରିବାର ଲୋକେ କହିଥିଲେ। ବର୍ତମାନ ପୁଲିସ ଘଟଣାର ତଦନ୍ତ କରି ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଥିବା ରିପୋର୍ଟରେ ଦର୍ଶାଇବା ପରେ ବୀରେନ୍ଦ୍ର ଲାକ୍ରାଙ୍କୁ ଏକ ପ୍ରକାର ନିର୍ଦ୍ଦୋଷ ବୋଲି ପ୍ରମାଣ କରିଦିଆଯାଇଥିବା କୁହାଯାଉଛି।

Leave A Reply

Your email address will not be published.