ପୁଅର ହତ୍ୟାକାରୀ ସାଜିଲା ବାପା
ଜଘନ୍ୟ କାଣ୍ଡ ଘଟାଇଥିବା ବାପା ଗାଁ ଦାଣ୍ଡରେ ନିଜ ପୁଅକୁ ଛୁରି ଭୁସି ମାରିଦେଇଥିବା ଜଣା ପଡିଛି
ଓଏଲ୍ ବ୍ୟୁରୋ : ଦିନକୁ ଦିନକୁ ମଦ୍ୟପଙ୍କ କାଣ୍ଡ ଓ ହିଂସା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ଜରଡ଼ା ଥାନା ଝାଡ଼ିଆମ୍ବ ଗାଁରେ ଘଟିଥିବା ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବାପା ସାଜିଲା ପୁଅର ହତ୍ୟାକାରୀ। ଜଘନ୍ୟ କାଣ୍ଡ ଘଟାଇଥିବା ବାପା ଗାଁ ଦାଣ୍ଡରେ ନିଜ ପୁଅକୁ ଛୁରି ଭୁସି ମାରିଦେଇଥିବା ଜଣା ପଡିଛି।
ଖବର ଅନୁସାରେ, ମୃତ ପୁତ୍ରଙ୍କ ବାପା ପ୍ରତିଦିନ ମଦ ପିଇ ଘରକୁ ଫେରନ୍ତି। ଘରେ ମଦ ପିଇ ବାପା ପହଁଞ୍ଚିବା ପରେ ଅସନ୍ତୋଷ ସୃଷ୍ଟି କରନ୍ତି। ବାରମ୍ବାର ବାପା ଏପରି କରିବାକୁ ମଦ ପିଇବାକୁ ପୁଅ ବାରଣ କରୁଥିଲେ। ବାପାକୁ ମଦ ପିଇବାକୁ ପୁଅ ବାରଣ କରିବାରୁ ପୁଅର ହତ୍ୟାକାରୀ ସାଜିଲା ବାପା।