ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଘଟଣା ; ଜଣେ ଗିରଫ
ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ପ୍ରେସମିଟରେ ଆଇଜି ହିଂମାଶୁ ଲାଲ, ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
![](https://www.odishalink.com/wp-content/uploads/2023/02/report-750x430.jpg)
ଓଏଲ୍ ବ୍ୟୁରୋ : ବାଲେଶ୍ୱର ପୁଲିସକୁ ମିଳିଛି ବଡ ସଫଳତା। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଉଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରର ତଥ୍ୟ ପାକିସ୍ତାନକୁ ଦେଉଥିବାରୁ ଅଭିଯୁକ୍ତ ଗିିରଫ ହୋଇଥିବା ସୂଚନା। ଗୁପ୍ତ ତଥ୍ୟ ଲିକ୍ ଅଭିଯୋଗରେ ବାଲେଶ୍ୱର ପୁଲିସ ଅଭିଯୁକ୍ତକୁ ଗିରଫ କରିଥିବା ପ୍ରେସମିଟରେ ଆଇଜି ହିଂମାଶୁ ଲାଲ, ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।
ଗୁପ୍ତ ତଥ୍ୟ ଦେଉଥିବା ଗିରଫ ହୋଇଥିବା ବ୍ୟକ୍ତି ଜଣକ ବରିଷ୍ଠ ଟେକ୍ନିକାଲ ଅଫିସର ହୋଇଥିବା ସୂଚନା ମିଳିଛି। ହନି ଟ୍ରାପରେ ଫସି ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେଇଥିଲେ। ଅଶ୍ଲୀଳ ଭିଡିଓ ଦେଇ ତଥ୍ୟ ହାସଲ କରିଥିଲେ ପାକିସ୍ତାନୀ ଏଜେଣ୍ଟ। ତେବେ ଏହି ଘଟଣାରେ ଆଉ କେତେକଙ୍କ ସଂପୃକ୍ତି ଥିବା ନେଇ ପୁଲିସର ସନ୍ଦେହ ଘେରରେ ରହିଛି।