ଅସହ୍ୟ ହେଲାଣି ଖରା ; ତାପମାତ୍ରା ୪୦ ଡିଗ୍ରୀ ଛୁଇଁବାର ଆଶଙ୍କା
ଆଗାମୀ ଦିନରେ ସ୍ବାଭାବିକ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ
![](https://www.odishalink.com/wp-content/uploads/2023/02/temper.jpg)
ଓଏଲ୍ ବ୍ୟୁରୋ : ଫେବ୍ରୁଆରୀ ମାସ ଶେଷ ନହଉଣୁ ଅସହ୍ୟ ହେଲାଣି ତାତି। ଗରମରେ କଲବଲ ହେଲେଣି ଓଡ଼ିଶାର ବିଭିନ୍ନ ଅଞ୍ଚଳବାସୀ। ଏବେଠୁ କଲବଲ କଲାଣି ଖରା। ଉପକୂଳରେ ପ୍ରବଳ ତାତି ସହ ବହୁଛି ଝାଞ୍ଜି ପବନ। ରାଜ୍ୟରେ ଗତ ନଭେମ୍ବରରୁ ବର୍ଷା ହୋଇନଥିବାରୁ ମାଟି ଶୁଷ୍କ ରହିଛି। ବାୟୁ ଚଳାଚଳ ମଧ୍ୟ ସଠିକ ଭାବରେ ହୋଇପାରୁନାହିଁ। ତେଣୁ ପ୍ରଚଣ୍ଡ ଖରାରେ ସହ ବିଭିନ୍ନ ସ୍ଥାନରେ ଝାଞ୍ଜି ପବନ ବହୁଛି।
ଆସନ୍ତା ୫ ଦିନ ଯାଏ ତାତିରୁ ତ୍ରାହି ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦିନରେ ସ୍ବାଭାବିକ ତାପମାତ୍ରାରେ ୪ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ୩୫ ଡିଗ୍ରୀ ଉପରେ ପାରଦ। ୩୭ ଡିଗ୍ରୀ ପାର ହୋଇଛି ଭୁବନେଶ୍ବରର ତାପମାତ୍ରା। ଗତକାଲି ତାଳଚେର, ବୌଦ୍ଧ ଓ ନୟାଗଡ଼ରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ଏଇ ମାସ ଶେଷକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ଫେବ୍ରୁଆରୀ ମାସ ଶେଷ ନହେଉଣୁ ଏପରି ତାତି ହେବାକୁ ନେଇ ଆଗକୁ ଆହୁରି ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।