Odisha Link
Bridging the Missing Links in Odisha

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍

ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଉଲ୍ଲେଖ ରହିଛି।

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପ୍ରସ୍ତୁତ ବଜେଟରେ ଶିକ୍ଷା ବ୍ୟବସ୍ଥା ପାଇଁ ହୋଇଥିବା ବ୍ୟୟବରାଦକୁ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବଜେଟରେ ଶିକ୍ଷାବିଭାଗ ପାଇଁ ଅଟକଳ ହୋଇଥିବା ବ୍ୟୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ୨୨ ହଜାର ୨୮ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ୧୩୯କୋଟି ଟଙ୍କା ଯାହାର ଉଦେଶ୍ୟ ହେଉଛି ଉତ୍କର୍ଷତା ସୃଷ୍ଟି କରିବା।

ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍। ନୋଟ ବୁକ୍ ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି। ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଉଲ୍ଲେଖ ରହିଛି। ଏହାଦ୍ବାରା ଅଭିଭାବକମାନେ ପିଲା କଣ ପଢୁଛି ଜାଣିପାରିବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଶିକ୍ଷାବର୍ଷରୁ ୟୁନିଫର୍ମ ଓ ଆନୁସଙ୍ଗିକ ସାମଗ୍ରୀ ମିଳିବା ନେଇ ନିଷ୍ପତି ହୋଇଛି। ଏଥିପାଇଁ ସହାୟତା ରାଶି ୬ଶହ ଟଙ୍କା ମିଳୁଥିଲା ବେଳେ ଏବେ ଏକ ହଜାର ଟଙ୍କା ମିଳିବ। ଏଥିସହ ସାଇକେଲ ପାଇଁ ପିଲାଙ୍କୁ ୩୫୦୦ ଟଙ୍କା ମିଳିବ। ପୂର୍ବରୁ ସାଇକେଲ ବାବଦକୁ ୨୬୦୦ ଟଙ୍କା ମିଳୁଥିଲା।

ମୋଟ ୩୪ ହଜାର ୫ ଶହ ଜଣ ଛାତ୍ରଛାତ୍ରୀଙ୍କୁ ଏକାଡେମିକ ପୁରସ୍କାର, ୧୭ ହଜାର ୧ ଶହ ୧୮ ଜଣ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ପୁରସ୍କାର ଓ ଦଶମ ବୋର୍ଡ ରେଜଲ୍ଟ ଏବଂ ଆର୍ଥିକ ମାନଦଣ୍ଡ ଆଧାରରେ ମୋଟ ୨ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରାଯିବ ବୋଲି ବଜେଟରୁ ସୂଚନା ମିଳିଛି। ତେବେ ଶିକ୍ଷା ବ୍ୟବସ୍ଥା ପାଇଁ ରାଜ୍ୟ ବଜେଟରେ ଅଟକଳ ହୋଇଥିବା ବ୍ୟୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Leave A Reply

Your email address will not be published.