ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ, ହକି ଆଇକନ୍ ସମ୍ମାନରେ ହେବେ ସମ୍ମାନିତ
![](https://www.odishalink.com/wp-content/uploads/2023/02/Naveen-Patnaik-3-750x430.jpg)
ଓଏଲ୍ ବ୍ୟୁରୋ: ଆଜିଠୁ ୨ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।ଓଡ଼ିଶା ନିବେଶକ ସମ୍ମିଳନୀ ଓ ସ୍ପୋର୍ଟସ ଷ୍ଟାର୍ ଏସେସ୍ ପୁରସ୍କାର ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ମୁତବାକ, ମୁମ୍ବାଇରେ ଅପରାହ୍ନ ୩ଟା ୩୦ ମିନିଟରେ ହୋଟେଲ ତାଜ ପ୍ୟାଲେସରେ ଆୟୋଜିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ। ଏହାପରେ ସେଠାରେ କିଛି ନିବେଶକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ମଧ୍ୟ। ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା ନିବେଶକ ସମ୍ମିଳନୀରେ ସାମିଲ ହେବାକୁ ନବୀନ ମୁମ୍ବାଇ ଗସ୍ତ କରିଥିଲେ।
ସେହିପରି ସନ୍ଧ୍ୟା ୭ଟାରେ ଉକ୍ତ ହୋଟେଲରେ ସ୍ପୋର୍ଟସ ଷ୍ଟାର ଏସେସ୍ ପୁରସ୍କାର ସମାରୋହରେ ଯୋଗ ଦେବେ। ସେଠାରେ ତାଙ୍କୁ ମିଳିବ ହକି ଆଇକନ ଅଫ ଦି ଇୟର ପୁରସ୍କାର। ବିଶେଷ କରି ଚଳିତ ବର୍ଷ ହକି ବିଶ୍ବକପ୍ର ସଫଳ ଆୟୋଜନ ଏବଂ ଲଗାତର ଦୁଇ ଦୁଇ ଥର ସଫଳ ବିଶ୍ବକପ୍ ଆୟୋଜନ କରି ମୁଖ୍ୟମନ୍ତ୍ରୀ ସାରା ବିଶ୍ବରେ ହକି ପ୍ରେମୀଙ୍କ ପ୍ରଶଂସା ସାଉଁଟିଛନ୍ତି।