ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବା ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା
![](https://www.odishalink.com/wp-content/uploads/2023/02/Plus-Two-Exam-750x430.jpg)
ଓଏଲ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା। ଚଳିତଥର ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ। ମୋଟ ୧୯ଟି ସିଟିଂରେ ଏପ୍ରିଲ ୫ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଆଜି ପରୀକ୍ଷାର ପ୍ରଥମ ଦିନରେ ବିଜ୍ଞାନ ଛାତ୍ରଛାତ୍ରୀ ମାତୃଭାଷା ପରୀକ୍ଷା ଦେବେ। ପରୀକ୍ଷା ପରିଚାଳନା ପାଇଁ ୨୦୨ଟି ହବ୍ ରହିଛି ସକାଳ ୮ଟା ୩୦ ସୁଦ୍ଧା ପପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହେବ।
ଏହା ପୂର୍ବରୁ ଛାତ୍ରଛାତ୍ରୀ ୯ଟା ୩୦ରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ୧୫ ମିନିଟ୍ ପୂର୍ବରୁ ନିଜ ସିଟରେ ବସିବେ। ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ଉତ୍ତର ଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ଦିଆଯିବ। ଆଜି ବିଜ୍ଞାନର ମାତୃଭାଷା ପରୀକ୍ଷ ଶେଷ ହେବା ପରେ ଆସନ୍ତାକାଲି କଳା ଓ ବାଣିଜ୍ୟ ପିଲା ମାତୃଭାଷା ପରୀକ୍ଷା ଦେବେ। କପି ରୋକିବା ପାଇଁ ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଚଳିତଥର ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ। ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇ ଥିବା ବେଳେ ୨୦୨ ଟି ହବ କରାଯାଇଛି।