Odisha Link
Bridging the Missing Links in Odisha

ରାଜନୀତିରେ ମିଶନ ଶକ୍ତି

ଓଏଲ୍‌ ବ୍ୟୁରୋ: ରାଜ୍ୟ ରାଜନୀତିରେ ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ମିଶନ ଶକ୍ତି ଯୋଜନାକୁ ନେଇ ବହୁତ ଚର୍ଚ୍ଚା। ଶାସକ ବିଜେଡି ଦଳ ମିଶନ ଶକ୍ତି ଆସିବା ପରେ ମା’ ମାନଙ୍କ କିଭଳି ଉନ୍ନତି ହୋଇଛି କହି ବିକାଶର ବାର୍ତ୍ତା ଦେଉଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ମିଶନ ଶକ୍ତି ମହିଳାଙ୍କୁ ରାଜନୀତି ପାଇଁ ଶାସକ ଦଳ ବ୍ୟବହାର କରୁଛି ବୋଲି ଅଭିଯୋଗ ଆଣୁଛନ୍ତି। ରାଜ୍ୟ ସରକାରଙ୍କ ଫୋକସରେ ଥିବା, ମିଶନ ଶକ୍ତି ମହିଳାଙ୍କୁ ଶାସକ ଦଳ ରାଜନୀତିରେ ବ୍ୟବହାର କରାଯାଉଥିବା ବିରୋଧୀ ବାରମ୍ବାର ଅଭିଯୋଗ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ।

ରାଜନୀତିରେ ମିଶନ ଶକ୍ତି ପ୍ରସଙ୍ଗରେ ସୁଜାତା କାର୍ତ୍ତିକେୟନ୍‌ କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରା ନଯାଉ। ଏହା ସେମାନଙ୍କ ଅଧିକାର, ସେମାନଙ୍କ ପସନ୍ଦ।ମହିଳାଙ୍କୁ କୁହାଯାଇପାରିବନି ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ। ଏହା ଏକ ପ୍ରକ୍ରିୟା। ମହିଳାମାନଙ୍କୁ ନେତୃତ୍ୱ ନେବା ପାଇଁ ମିଶନ ଶକ୍ତି ବଡ ପ୍ଳାଟଫର୍ମ ଦେଇଥାଏ ବୋଲି କହିଛନ୍ତିି ସୁଜାତା।

ଅନ୍ୟପଟେ ନିକଟରେ ବାବୁରୁ କଂଗ୍ରେସ ନେତା ବନିଥିବା ବିଜୟ ପଟ୍ଟନାୟକ କହିଛନ୍ତି, ମହିଳାମାନେ ରାଜନୀତିକୁ ଆସିବାରେ ଆମର କୌଣସି ଦ୍ଵିମତ ନାହିଁ। ଆମେ ସ୍ୱାଗତ କରିବୁ। କିନ୍ତୁ ସରକାର ସେମାନଙ୍କୁ ପ୍ରଲୋଭିତ କରି ଭୋଟ ରାଜନୀତି ନିମନ୍ତେ ବ୍ୟବହାର କରିବା ଉଚିତ ନୁହେଁ। ସରକାରୀ ଅର୍ଥକୁ ବ୍ୟବହାର କରି ଏହି ରାଜନୀତି କରାଯାଉଛି। ଯାହାକୁ ଆମେ ନିଶ୍ଚିତ ବିରୋଧ କରିବୁ।

ସରକାରୀ ଅର୍ଥରେ ସେମାନେ ରାଜନୀତି କରିପାରିବେ ନାହିଁ। ନିର୍ବାଚନ ପୂର୍ବରୁ ସେମାନେ ସରକାରଙ୍କ ତହବିଲରୁ ଟଙ୍କା ଦେବେ ଏବଂ କହିବେ ଯେ ଆମେ ସେମାନଙ୍କୁ ସଶକ୍ତ କରୁଛୁ, ତାହାର ଅର୍ଥ ହେଲା ଆପଣ ସରକାରୀ ଅର୍ଥ ସିଧା ସଳଖ ରାଜନୀତିରେ ବ୍ୟବହାର କରୁଛନ୍ତି। ଏହା ଠିକ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

1 Comment
  1. Secy ,Sankha Dhwani Rasta Surakhya Samiti Odisha says

    ସତ କେବେ ଲୁଚି ରହେନା

Leave A Reply

Your email address will not be published.