ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ
ତଥାପି ବିନା ଓଟିପିରେ ଥରେ ୫୦ହଜାର ଏବଂ ଆଉଥରେ ଲକ୍ଷେ ଟଙ୍କା କଟିଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି

ଓଏଲ୍ ବ୍ୟୁରୋ : ଦିନକୁ ଦିନ ବଢ଼ିବାରେ ଲାଗିଛି ଲୁଟ ଏବଂ ଠକେଇ ମାମଲା। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ଼ ବଡ଼ ବେପାରୀ ମଧ୍ୟ ଠକେଇର ଶିକାର ହେଉଥିବା ଜଣା ପଡିଛି। ଚାରିଆଡେ କାୟା ବିସ୍ତାର କଲେଣି ସାଇବର ଲୁଟେରା। ବର୍ତମାନ ସାଇବର ଲୁଟେରାଙ୍କ ଲୁଟର ଶିକାର ହୋଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ। ନବ ଦାସଙ୍କ ଝିଅ ଦୀପାଳିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଲୁଟେରା। ଦୀପାଳି ସମ୍ବଲପୁର ଅଇଁଠାପଲ୍ଲୀ ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ ଦୀପାଳିଙ୍କ ମୋବାଇଲ୍କୁ ଏକ ଓଟିପି ଆସିଥିଲା। ଦୀପାଳିଙ୍କ ମୋବାଇଲକୁ ଆସିଥିବା ଓଟିପି ସେ କାହାକୁ ସେୟାର କରି ନଥିବା କଥା କହିଛନ୍ତି। ତଥାପି ବିନା ଓଟିପିରେ ଥରେ ୫୦ହଜାର ଏବଂ ଆଉଥରେ ଲକ୍ଷେ ଟଙ୍କା କଟିଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଦୀପାଳିଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଜାରି କରିଛି।