Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ ଫରେଷ୍ଟର ଓ ରେଞ୍ଜର

ଏହି ଦୁଇ କର୍ମଚାରୀଙ୍କୁ ଜୟପୁର ବନଖଣ୍ଡ ଅଧିକାରୀ ନିଲମ୍ବନ କରିଥିବା ଜଣା ପଡିଛି।

ଓଏଲ୍‌ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ଦୁଇଜଣ ବନବିଭାଗ କର୍ମଚାରୀ ନିଲମ୍ବିତ ହୋଇଥିବା ଖବର ସାମ୍ନାକୁ ଆସିଛି। କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡ଼ପ ଘଟଣାରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ନିଲମ୍ବିତ ହୋଇଥିବା ଦୁଇ କର୍ମଚାରୀ ହେଲେ କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଓ ବାଲିମେଳା ରେଞ୍ଜର ଦୁର୍ଗା ପ୍ରସାଦ ନାୟକ। ତେବେ ଏହି ଦୁଇ କର୍ମଚାରୀଙ୍କୁ ଜୟପୁର ବନଖଣ୍ଡ ଅଧିକାରୀ ନିଲମ୍ବନ କରିଥିବା ଜଣା ପଡିଛି।

ଖବର ଅନୁସାରେ, ପଞ୍ଜୀକୃତ କେନ୍ଦୁ ପତ୍ର ତୋଳାଳି ମାନଙ୍କ ସ୍ୱାଭାବିକ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି ମିଳିଥାଏ। ହେଲେ ଫରେଷ୍ଟର ଓ ରେଞ୍ଜର ଏହି ଆଦିବାସୀଙ୍କୁ ଟଙ୍କା ଦେବା ପାଇଁ ସେମାନଙ୍କଠାରୁ କିଛି ଟଙ୍କା ନେବା ସହ କେନ୍ଦୁ ପତ୍ର ତୋଳାଳିଙ୍କୁ ହଇରାଣ କରୁଥିଲେ। ଏନେଇ ଜୟପୁର କେନ୍ଦୁପତ୍ର ବନଖଣ୍ଡ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ଫରେଷ୍ଟର ଓ ରେଞ୍ଜରଙ୍କୁ ନିଲମ୍ବିତ କରିଛନ୍ତି ବନଖଣ୍ଡ ଅଧିକାରୀ।

Leave A Reply

Your email address will not be published.