ପୋଖରୀରୁ ମିଳିଲା ନରକଙ୍କାଳ
ସେଠାରେ ଉପସ୍ଥିତ ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ।
ଓଏଲ୍ ବ୍ୟୁରୋ : ବାଲେଶ୍ୱର ଜିଲ୍ଲାର ଏକ ଗ୍ରାମରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଗାଁ ପୋଖରୀରୁ ଉଦ୍ଧାର ହୋଇଛି ନରକଙ୍କାଳ। ପୋଖରୀରୁ ମାଛ ଧରିବା ପାଇଁ ପାଣି ଶୁଖାଯାଉଥିବାବେଳେ ଅଖା ଭିତରୁ ମିଳିଥିଲା ଖପୁରି ଓ ହାଡ଼।
ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପାଣିସୁଳିଆ ଗାଁ ପୋଖରୀରୁ ମିଳିଛି ନରକଙ୍କାଳ। ତେବେ ଏଭଳି ଆଶ୍ଚର୍ଯ୍ୟଜଣକ ଘଟଣା ଗ୍ରାମବାସୀଙ୍କୁ ଚକିତ କରିଦେଇଥିଲା। ସେଠାରେ ଉପସ୍ଥିତ ଗ୍ରାମବାସୀ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଖପୁରି ଓ ହାଡ଼ ଜବତ କରିଥିଲା। ପୁଲିସ ନରକଙ୍କାଳ ଜବତ କରିବା ପରେ ଘଟଣାର ତଦନ୍ତ ଜାରି କରିଛି।