Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ଜିନା-ରୁଦ୍ର

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍ ହୋଇଛନ୍ତି ଦମ୍ପତି।

ଓଏଲ୍‌ ବ୍ୟୁରୋ : ପାଖେଇ ଆସୁଛି ସାଧାରଣ ନିର୍ଵାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। କେଉଁ ଦଳ କାହାକୁ ପାର୍ଥି କରିବ ସେନେଇ ଚର୍ଚ୍ଚା ଚାଲିଛି। ତେବେ ଇତିମଧ୍ୟରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ଓଲିଉଡ ଅଭିନେତ୍ରୀ ଜିନା।

ଅଭିନେତ୍ରୀ ଜିନାଙ୍କ ସହ ତାଙ୍କ ସ୍ୱାମୀ ତଥା ଅଭିନେତା ରୁଦ୍ର ପାଣିଗ୍ରାହୀ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି। ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବରେ ସାମିଲ୍ ହୋଇଛନ୍ତି ଦମ୍ପତି। ଅଭିନେତ୍ରୀ ଜିନା ଏବଂ ରୁଦ୍ରଙ୍କ ସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିବା ଜଣା ପଡିଛି।

Leave A Reply

Your email address will not be published.