ବିଏସଏଫରେ ଅଗ୍ନିବୀରଙ୍କ ପାଇଁ ନୂତନ ସୁଯୋଗ
ଅଗ୍ନିବୀରମାନଙ୍କୁ ବିଏସଏଫରେ ଭର୍ତ୍ତି ହେବା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି

ଓଏଲ୍ ବ୍ୟୁରୋ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନୂତନ ସୁଯୋଗ ଘୋଷଣା କରାଯାଇଛି। ବିଏସଏଫରେ ଭର୍ତ୍ତି ହେବା ପାଇଁ ଅଗ୍ନିବୀରଙ୍କୁ ସୁଯୋଗ ମିଳିବା ସହ ବର୍ଡର ସିକ୍ୟୁରିଟି ଫୋର୍ସରେ ସାମିଲ ହେବା ପାଇଁ ଅଗ୍ନିବୀରଙ୍କ କ୍ଷେତ୍ରରେ କୋହଳ କରାଯିବ ବୟସ ସୀମା।
କେନ୍ଦ୍ର ସରକାର ଭାରତୀୟ ସେନାର ଭର୍ତ୍ତି ହେବା ପାଇଁ ଆଣିଥିବା ନୂଆ ନିୟମରେ ଏହି କଥା ଉଲ୍ଲେଖ କରାଯାଇଛି। ତେବେ ଅଗ୍ନିବୀରମାନଙ୍କୁ ବିଏସଏଫରେ ଭର୍ତ୍ତି ହେବା ପାଇଁ ୧୦ ପ୍ରତିଶତ ସଂରକ୍ଷଣ ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେନାରେ ସାମିଲ ହେଲେ, ଅଗ୍ନିବୀରଙ୍କ କ୍ଷେତ୍ରରେ ବୟସ ସୀମାକୁ ବି କୋହଳ କରାଯିବ।
ସୂଚନା ଅନୁସାରେ, ବର୍ଡର ସିକ୍ୟୁରିଟି ଫୋର୍ସରେ ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଥିବାବେଳେ, ବୟସ ସୀମାକୁ ମଧ୍ୟ କୋହଳ କରାଯାଇଛି। ଏହାବ୍ୟତୀତ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ମୁତାବକ, ବିଏସଏଫରେ ଭର୍ତ୍ତି ହେବା ବେଳେ ଅଗ୍ନିବୀରମାନଙ୍କୁ ଫିଜିକାଲ ଟେଷ୍ଟରେ କୋହଳ ନୀତି ଆପଣାଯିବ ବୋଲି ଜଣା ପଡିଛି।