ଜୟନାରାୟଣଙ୍କୁ ୫ଟି ଭୂତ ଲାଗିଛି: ବିଧାୟକ ଅରୁଣ ସାହୁ
ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ ୫ଟି

ଓଏଲ୍ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଦଳୀୟ କର୍ମୀମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଜଣା ପଡୁଛି। ତେବେ ଗତକାଲିଠାରୁ ବିଧାନସଭାରେ ୫ଟି ପ୍ରସଙ୍ଗ ଉଠିଥିବାବେଳେ ଏହାକୁ ନେଇ ଜାରି ରହିଛି ବିବାଦ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ୫ଟି କୁନେଇ ପ୍ରଶ୍ନ କରିଥିବାବେଳେ ବିଜେଡି ଏହାର ଜବାବ ରଖିଛି।
ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି,୫ଟି କ’ଣ, ସେକଥା ବୁଝି ଜୟନାରାୟଣ ଅବୁଝା ହେଉଛନ୍ତି। ରାଜ୍ୟର ଯେକୌଣସି ଗାଁକୁ ଯିବେ ସେଠି ପ୍ରଗତିର ଲକ୍ଷଣ ଦେଖିବେ, ସେଇଟା ହିଁ ୫ଟି। ବିରୋଧୀ ଦଳ ନେତା ୫ଟିକୁ ନେଇ ପାକିସ୍ତାନରେ ପହଞ୍ଚିଲେଣି ବୋଲି କହି ବିଧାୟକ ବିରୋଧୀଙ୍କୁ ଘେରିଛନ୍ତି। ଜାତୀୟ ପତାକାରେ ସବୁଜ ରଙ୍ଗ ରହିଛି।
ବିରୋଧୀ ଦଳ ନେତା ସ୍କୁଲରେ ଲାଗିଥିବା ସବୁଜ ରଙ୍ଗ କଥା କେମିତି କହୁଛନ୍ତି ବୋଲି ଅରୁଣ ସାହୁ ପ୍ରଶ୍ନ କରିଛନ୍ତି। ୫ଟିକୁ ନେଇ ବିରୋଧୀ ଦଳ ନେତା ଯାହା କହୁଛନ୍ତି ସେଥିରେ ତାଳମେଳ ନାହିଁ। ବିଜେପି ଶାସିତ ରାଜ୍ୟର ଲୋକ ବି ଆସି ୫ଟିକୁ ଅନୁକରଣ କରୁଛନ୍ତି।
ଜୟନାରାୟଣଙ୍କୁ ୫ଟି ଭୂତ ଲାଗିଛି ଏବଂ ସେ ୫ଟି ଭୂତ ଛାଡ଼ନ୍ତୁ ବୋଲି ବିଧାୟକ ଅରୁଣ ସାହୁ କହିଛନ୍ତି। ସେ କହିଛନ୍ତି, ୫ଟି ଏକ ବିଚାରଧାରା। ସବୁ ନିର୍ବାଚନ ମଣ୍ଡଳୀରେ ୫ଟି ଜରିଆରେ ସ୍କୁଲ ରୂପାନ୍ତରଣ ହେଉଛି। ବିରୋଧୀ ଦଳ ନେତାଙ୍କୁ ଯଦି ସବୁଜ ରଙ୍ଗ ଅଡ଼ୁଆ ଲାଗୁଛି ତେବେ ସେ ପରିବା ଖାଇବା ଛାଡ଼ି ଦିଅନ୍ତୁ ବୋଲି ଅରୁଣ ସାହୁ କହିଛନ୍ତି।