କୁସୁମ ଟେଟେଙ୍କୁ ଆଶ୍ବସ୍ତି, ବିଧାୟିକା ପଦ ରଦ୍ଦ ମାମଲା ଖାରଜ
କୁସୁମ ଟେଟେଙ୍କୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ।

ଓଏଲ୍ ବ୍ୟୁରୋ: ସୁନ୍ଦରଗଡ଼ ବିଧାୟିକାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ନିଜ ପଦକୁ ନେଇ କୁସୁମ ଟେଟେଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। କୁସୁମ ଟେଟେଙ୍କୁ ଆଶ୍ବସ୍ତି ଦେଇଛନ୍ତି ହାଇକୋର୍ଟ। କୁସୁମ ଟେଟେଙ୍କୁ ନେଇ ହୋଇଥିବା ବିଧାୟିକା ପଦ ରଦ୍ଦ ମାମଲା ଖାରଜ କରିଛନ୍ତି ହାଇକୋର୍ଟ।
ସୂଚନା ଅନୁସାରେ, ପ୍ରାର୍ଥିପତ୍ର ଦାଖଲ ବେଳେ ଅଫିସ ଅଫ୍ ପ୍ରଫିଟ ତଥ୍ୟ ଲୁଚାଇଥିବା ବିଧାୟିକା ନାଁରେ ଅଭିଯୋଗ ହୋଇଥିଲା। ସୁନ୍ଦରଗଡ଼ର ଜଣେ ସ୍ଥାନୀୟ ଭୋଟର ଏହି ଅଭିଯୋଗ କରିଥିବା ଜଣା ପଡିଥିଲା। ତେବେ ଏହି ମାମଲାକୁ ନେଇ କୋର୍ଟ ଶୁଣାଣି କରିଛନ୍ତି, ଯାହା ବିଧାୟିକାଙ୍କୁ ଆଶ୍ବସ୍ତି ଦେଇଥିବା କୁହାଯାଉଛି।